ମାଗଣା ଚକ୍ଷୁ ପରୀକ୍ଷା ଶିବିରରେ ୧୦୭ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚକ୍ଷୁ ପରୀକ୍ଷା ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ୩୫ ଜଣ ରୋଗୀଙ୍କୁ ନିଆଗଲା ନକଟିଗୁଡ଼ା
କେସିଙ୍ଗା, ୦୪/୧୧ (ଷ୍ଟାରନିୟୁଜ ଓଡ଼ିଶା): ଜନସାଧାରଣଙ୍କୁ ଉନ୍ନତ ଚକ୍ଷୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଗତ ୦୩ ନଭେମ୍ବର ୨୦୨୬ ତାରିଖରେ କେସିଙ୍ଗାସ୍ଥିତ ପ୍ରଖର ଆଇ କେୟାର ଆଣ୍ଡ ଅପ୍ଟିକାଲ୍ସ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ଚିରଞ୍ଜୀବୀ ଟକିଜ୍ ନିକଟସ୍ଥ କାନାରା ବ୍ୟାଙ୍କ ପାଖରେ ଥିବା ଏହି କେନ୍ଦ୍ରରେ ଆୟୋଜିତ ଶିବିରରେ ୧୦୭ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା।
ଏହି ଶିବିରରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ମମତା ଶର୍ମା ଓ ଡାକ୍ତର ମୁକୁଳ ରଞ୍ଜନ ଶର୍ମା ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ସେବା ପ୍ରଦାନ କରିଥିଲେ।
ଶିବିରରେ ଚିହ୍ନଟ ହୋଇଥିବା ମୋତିଆବିନ୍ଦୁ ରୋଗୀଙ୍କ ମଧ୍ୟରୁ ୩୫ ଜଣଙ୍କୁ ମାଗଣା ଅସ୍ତ୍ରୋପଚାର ପାଇଁ ଭବାନୀପାଟଣାସ୍ଥିତ ନକଟିଗୁଡ଼ା, ଡାଏଟ୍ (DIET) ସ୍କୁଲ ନିକଟରେ ଥିବା ଜେ.କେ. ସୁନୟନା ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା।
ଏହି ରୋଗୀମାନଙ୍କ ପାଇଁ ଯାତାୟାତ, ରହିବା, ଖାଦ୍ୟପେୟ, ଅସ୍ତ୍ରୋପଚାର, ଔଷଧ ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଚଷମା ସମେତ ସମସ୍ତ ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି। ଏହି ପଦକ୍ଷେପ ଗରିବ ଓ ଆର୍ଥିକ ଅନଗ୍ରସର ରୋଗୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି।
ଏଥିସହ ପ୍ରଖର ଆଇ କେୟାର ଆଣ୍ଡ ଅପ୍ଟିକାଲ୍ସ, କେସିଙ୍ଗାଠାରେ ପ୍ରତିଦିନ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା ସୁବିଧା ଉପଲବ୍ଧ ରହିଥିବା ସୂଚନା ଦିଆଯାଇଛି। ଅଞ୍ଚଳବାସୀ ଏହି ସୁଯୋଗର ସଦୁପଯୋଗ କରି ନିୟମିତ ଚକ୍ଷୁ ପରୀକ୍ଷା କରାଇବାକୁ ଅନୁରୋଧ କରାଯାଇଛି।

What's Your Reaction?
Like
3
Dislike
0
Love
0
Funny
0
Wow
0
Sad
0
Angry
0
Comments (0)