ଝରିଗାଁ ଠାରେ ଓଡିଶା ଡ୍ରାଇଭର ମହାସଙ୍ଘର ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ।

Jul 09, 2025 - 05:07
0 24
ଝରିଗାଁ ଠାରେ ଓଡିଶା ଡ୍ରାଇଭର ମହାସଙ୍ଘର ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ।

ଝରିଗାଁ,୮l୭ (ଷ୍ଟାର ନିୟୁଜ ଓଡିଶା): ଆଜି ରାଜ୍ୟବ୍ୟାପି ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ସଦର ମହକୁମା ଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଲିଛି |ବ୍ଲକର ସମସ୍ତ ଡ୍ରାଇଭର ନିଜ ନିଜ କାମ ଛାଡି ଆନ୍ଦୋଳନରେ ଯୋଗ ଦେଇଥିବା ଦେଖିବାକୁ ମିଲିଛି |ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କ ଆଗରେ 7ଗୋଟି ଦାବୀ ଉପସ୍ଥାପନା କରାଯାଇଛି |ଏହି ଦାବୀ ଗୁଡିକ ସରକାର ପୂରଣ ନକଲେ ଆଗାମୀ ଦିନରେ ମହାସଂଘ ରାଜରାସ୍ତାକୁ ଓ଼ଲ୍ଳେଇ ଆନ୍ଦୋଳନ କରିବ ବୋଲି ସଙ୍ଘର ବରିଷ୍ଠ କାର୍ଯ୍ୟକର୍ତା ମାନେ ସୂଚନା ଦେଇଛନ୍ତି |ସଙ୍ଘର ଦାବୀ ଗୁଡିକ ମଧ୍ୟରେ -ଓଡିଶା ମଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏଣ୍ଡ ୱାର୍କର ୱେଲଫେୟାର ବୋର୍ଡ ରେ ଅଟୋ ଡ୍ରାଇଭର ମାନଙ୍କୁ ସାମିଲ କରିବା,ଜନସାଧାରଣରେ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ତିଆରି କରିବା,ବୃତ୍ତିଗତ ଡ୍ରାଇଭର ମାନଙ୍କୁ 60ବର୍ଷ ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରିବା,ଗାଡି ଗୁଡିକ ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ପାର୍କିଂ, ବିଶ୍ରାମଗାର ଓ ଶୌଚାଳୟ ର ବ୍ୟବସ୍ଥା ପ୍ରତି 100କିଲୋମିଟର ଅନ୍ତରରେ କରିବା,ଓଡିଶାର ପ୍ରତ୍ୟେକ ଖଣି, ଖାଦାନ ଓ କାରଖାନା ଗୁଡିକରେ ଶତକଡା 70% ଓଡିଶାର ଡ୍ରାଇଭର ମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦେବା,ସେପ୍ଟେମ୍ବର 1ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ପାଳନ କରାଯିବା ପାଇଁ ଘୋଷଣା କରିବା ଓ ଗାଡ଼ିର କାଗଜପତ୍ର ଯାଞ୍ଚ କରିବା କ୍ଷମତା ପୋଲିସ ବିଭାଗକୁ ନଦେବା ଆଦି ପ୍ରମୁଖ ଦାବୀ ରହିଛି |ଏହି ଦାବୀ ଗୁଡିକ ଯଦି ରାଜ୍ୟ ସରକାର ପୂରଣ ନକରନ୍ତି ତେବେଓଡିଶା ଡ୍ରାଇଭର ମହାସଂଘ ରାଜରାସ୍ତାକୁ ଓ଼ଲ୍ଳେଇବାକୁ ବାଧ୍ୟ ହେବ ବୋଲି ସଙ୍ଘର କର୍ମକର୍ତା ମାନେ ସୂଚନା ଦେଇଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User