ଧୁମାମାସ୍କା ଗାଁ ନିକଟରୁ ଶାଳ କାଠ ସହ ଅଟୋ ରିକ୍ସା ଜବତ, ଜଣେ ଅଭିଯୁକ୍ତ ଚିହ୍ନଟ

Nov 05, 2026 - 07:43
0 11
ଧୁମାମାସ୍କା ଗାଁ ନିକଟରୁ ଶାଳ କାଠ ସହ ଅଟୋ ରିକ୍ସା ଜବତ, ଜଣେ ଅଭିଯୁକ୍ତ ଚିହ୍ନଟ

ତୁମୁଡି଼ବନ୍ଧ: ୦୪/୧୧/୨୦୨୬: (ରିପୋର୍ଟର-ରଙ୍ଗନାଥ ବଡ଼ସେଟ୍) କନ୍ଧମାଳ ଜିଲ୍ଲା ବେଲଘର ବନାଞ୍ଚଳ ଅଧୀନ ଧୁମାମାସ୍କା ଗାଁ ନିକଟରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଶାଳ କାଠ ସହ ଏକ ବଜାଜ ଅଟୋ ରିକ୍ସା ଜବତ କରାଯାଇଛି। ଏହି ଘଟଣାରେ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଡାକଘର ଅଧୀନ ଶ୍ରଦ୍ଧାପୁର ଗ୍ରାମର ମାଞ୍ଜି ବାଗଙ୍କ ପୁଅ ବାବୁଲାଲ ବାଗ (୪୩)ଙ୍କ ନାମ ଅଭିଯୁକ୍ତ ଭାବେ ଉଲ୍ଲେଖ ରହିଛି। ଜବତ ସାମଗ୍ରୀ ମଧ୍ୟରେ ୧୨ ଖଣ୍ଡ ଶାଳ କାଠ ରହିଛି।ଏହାର ମୋଟ ପରିମାଣ ୦.୧୭୮୯ ଘନମିଟର ଏବଂ ଟିକସ ସହ ବଜାର ମୂଲ୍ୟ ୩୨ ହଜାର ୪୫୨ ଟଙ୍କା ବୋଲି ଆକଳନ କରାଯାଇଛି। ଏଥିସହ ଓଡି-୦୮-କ୍ୟୁ-୯୦୩୩ ନମ୍ବର ବିଶିଷ୍ଟ ଏକ ବଜାଜ ଅଟୋ ରିକ୍ସା ମଧ୍ୟ ଜବତ ହୋଇଛି। ୩ ନଭେମ୍ବର ୨୦୨୬ ତାରିଖ ସନ୍ଧ୍ୟା ୭ଟା ୩୨ ମିନିଟ୍‌ରେ ଏହି ଘଟଣା ଚିହ୍ନଟ ହୋଇଥିବା ବେଳେ ବେଲଘର ରେଞ୍ଜ ପକ୍ଷରୁ ଓଆର୍‌ କେସ୍‌ ନଂ ୩୩/୨୦୨୬-୨୭ ରୁଜୁ କରାଯାଇଛି। ଏହି ଚଢ଼ାଉରେ ବେଲଘରର ଫରେଷ୍ଟର ରାଜେଶ୍ୱର ବଡ଼ମାଝୀ, ଗୁମାର ଫରେଷ୍ଟର ଦୀପକ ପ୍ରଧାନ, ଧରଣୀମାସ୍କାର ଫରେଷ୍ଟ ଗାର୍ଡ ସନ୍ଦୀପ ଦାସ ଏବଂ ପ୍ରୋଟେକ୍ସନ ସ୍କ୍ୱାଡ୍‌ର ବୁଲୁ ବିଜୁଳିସେଠ୍‌ ସାମିଲ ଥିଲେ। ବନ ବିଭାଗ ପକ୍ଷରୁ ଘଟଣାରେ ଆଇନ ଅନୁଯାୟୀ ପରବର୍ତ୍ତୀ ତଦନ୍ତ ଜାରି ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User