ଧୂଳିଧୂସରିତ NH-26 ରାସ୍ତା, ଯାତାୟାତରେ ନାନା ସମସ୍ୟା ଓଭରଲୋଡ୍ ବାଲି ଡମ୍ଫର ଓ ଟ୍ରାକ୍ଟର ଯାତାୟାତ ନେଇ ଦୁର୍ଘଟଣା ଆଶଙ୍କା, ପ୍ରଶାସନର ହସ୍ତକ୍ଷେପ ଦାବି

Nov 05, 2026 - 16:28
Updated: 21 days ago
0 45
ଧୂଳିଧୂସରିତ NH-26 ରାସ୍ତା, ଯାତାୟାତରେ ନାନା ସମସ୍ୟା ଓଭରଲୋଡ୍ ବାଲି ଡମ୍ଫର ଓ ଟ୍ରାକ୍ଟର ଯାତାୟାତ ନେଇ ଦୁର୍ଘଟଣା ଆଶଙ୍କା, ପ୍ରଶାସନର ହସ୍ତକ୍ଷେପ ଦାବି

କେସିଙ୍ଗା, ୦୫/୧୧ ( ଷ୍ଟାରନିୟୁଜ ଓଡିଶା ): କେସିଙ୍ଗା ଆଦର୍ଶ ଥାନାଠାରୁ ଅମମ୍ବେଜି ମନ୍ଦିର ପର୍ଯ୍ୟନ୍ତ ଏନ୍‌ଏଚ୍‌-26 ରାସ୍ତା ଧୂଳିଧୂସରିତ ହୋଇପଡ଼ିଥିବାରୁ ଦୈନନ୍ଦିନ ଯାତାୟାତରେ ଯାନବାହନ ଚାଳକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମୋଟରସାଇକଲ ଚାଳକମାନେ ଧୂଳି ଯୋଗୁଁ ରାସ୍ତାରେ ଯିବାବେଳେ ଦୃଶ୍ୟମାନତା ହ୍ରାସ ପାଇବା ସହ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ବଡ଼ ବଡ଼ ଡମ୍ଫର ଓ ଟ୍ରାକ୍ଟର ଦ୍ୱାରା ଓଭରଲୋଡ୍ ବାଲି ପରିବହନ କରାଯାଉଥିବା ବେଳେ ରାସ୍ତାରେ ଥିବା ଖାଲଖମା ଯୋଗୁଁ ବାଲି ରାସ୍ତା ଉପରେ ପଡ଼ି ଧୂଳି ସମସ୍ୟାକୁ ଆହୁରି ଗମ୍ଭୀର କରୁଛି। ଏହାଦ୍ୱାରା ଦୁଇଚକିଆ ଯାନ ଚାଳକ ଓ ପଥଚାରୀଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ବଢ଼ିବା ସହ ସାଧାରଣ ଜନଜୀବନ ମଧ୍ୟ ପ୍ରଭାବିତ ହେଉଛି। ଏହି ସମସ୍ୟା ପ୍ରତି କେସିଙ୍ଗା ଏନ୍‌ଏସି ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ରାସ୍ତାର ଖାଲଖମା ମରାମତି, ନିୟମିତ ଧୂଳି ନିୟନ୍ତ୍ରଣ ଏବଂ ଓଭରଲୋଡ୍ ବାଲି ପରିବହନ ଉପରେ ଯାଞ୍ଚ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ସମୟୋଚିତ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଏହି ରାସ୍ତାରେ କୌଣସି ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User