ସୁରଭି ମହୋତ୍ସବରେ ଝଲସିଲା କୁନି ପ୍ରତିଭା; କଳା ଓ ସୃଜନଶୀଳତାରେ ମନ ମୋହିଲେ ଛାତ୍ରଛାତ୍ରୀ
କେସିଙ୍ଗା, ୦୬/୧୧ (ଷ୍ଟାରନିୟୁଜ ଓଡ଼ିଶା): ଶିଶୁଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ସୃଜନଶୀଳତାକୁ ନୂଆ ଦିଗ ଦେବା ଲକ୍ଷ୍ୟରେ କେସିଙ୍ଗା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହର ସହ ସାମିଲ ହୋଇ ନିଜ ନିଜର ପ୍ରତିଭାର ପରିଚୟ ଦେଇଥିଲେ।
ଉଦ୍ଘାଟନୀ ସଭାରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର ଅଧ୍ୟକ୍ଷତା କରିଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଶୁଭାରମ୍ଭ କରିଥିଲେ। ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସମ୍ପତି ଛୁରା, ସୋମନାଥ ମଙ୍ଗରାଜ, ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ପ୍ରଧାନଶିକ୍ଷକ ହେମାନନ୍ଦ ବରିହା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର କୁମାର ଦୋରା, ପ୍ରଧାନଶିକ୍ଷକ ହେମନ୍ତ ବାଗ ଓ ନୋଡାଲ ସିଆରସିସି ରୋହିତ କୁମାର ସାହୁ ଉପସ୍ଥିତ ଥିଲେ।
ଏହି ଅବସରରେ ବକ୍ତାମାନେ କହିଥିଲେ ଯେ ପାଠପଢ଼ା ସହିତ କଳା, ସଂସ୍କୃତି, ସାହିତ୍ୟ ଓ ସୃଜନଶୀଳତାର ବିକାଶ ଶିଶୁଙ୍କ ସାମଗ୍ରିକ ଉନ୍ନତି ପାଇଁ ଅତ୍ୟନ୍ତ ଜରୁରୀ। ‘ସୁରଭି’ ଭଳି ମଞ୍ଚ ପିଲାମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ କରିବା ସହ ଆତ୍ମବିଶ୍ୱାସ ବୃଦ୍ଧିର ସୁଯୋଗ ପ୍ରଦାନ କରିଥାଏ।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)