ଫାଶୀ ଦେଇ ଯୁବକଙ୍କ ଆତ୍ମହତ୍ୟା ତଦନ୍ତ କଲେ ଥୁଆମୁଳ ରାମପୁର ପୋଲିସ I

Aug 21, 2026 - 20:56
0 3
ଫାଶୀ ଦେଇ ଯୁବକଙ୍କ ଆତ୍ମହତ୍ୟା ତଦନ୍ତ କଲେ ଥୁଆମୁଳ ରାମପୁର ପୋଲିସ  I

କଳାହାଣ୍ଡି,୨୧/୦୮( ଷ୍ଟାରନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକ ରେ ଘରୋଇ  କଳହକୁ କେନ୍ଦ୍ର କରି କଲମପୁର ଥାନା ଅଧିନସ୍ଥ କର୍ମେଲି ଗ୍ରାମରେ ଘଟି ଯାଇଛି ଏକ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଗ୍ରାମର ସୁମନ୍ତ ବେହେରା ନାମକ ଜନୈକ ଯୁବକ ଏକ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଘଟଣା ସିଧାରଣରେ ଆଲୋଡନ ସୃଷ୍ଟି କରିଛି । ଆଜି ଶୁକ୍ରବାର ତାଙ୍କର ଶବକୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରାଯିବା ପରେ ଅପରାହ୍ନ ୩ ଘଣ୍ଟା ସମୟରେ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରାଯାଇଥିଲା । ତାଙ୍କ ନିଜ ଗାଁରେ ଶୋକାକୂଳ ପରିବେଶରେ ଦାହ ସଂସ୍କାର କରାଯାଇଛି । ସୂଚନା ଅନୁସାରେ ସୁମନ୍ତ ମଦ ପିଇ ପରିବାର ଲୋକଙ୍କ ସହ ଗଣ୍ଡଗୋଳ କରିଥିଲେ । ଏହାର ପରବର୍ତି ସମୟରେ ଉତକ୍ଷିପ୍ତ ହେIଇ ଗାଁ ନିକଟସ୍ଥ ଏକ ଗଛ ପାଖକୁ ଯାଇ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ‌। ଏନେଇ କଲମପୁର ଥାନା କେସ୍ ନମ୍ବର ୧୫ ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଏ.ଏସ.ଆଇ ନାନକ ସାହୁ ଏହାର ତଦନ୍ତକାରୀ ଅଧିକାରୀଭାବେ ନିୟୋଜିତ ହେIଇଛନ୍ତି  I

କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User