ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ୧୩୪ ତମ ଆମ୍ବେଦକର ଜୟନ୍ତୀ ପାଳିତ।

Apr 14, 2025 - 15:09
0 135
ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ୧୩୪ ତମ ଆମ୍ବେଦକର ଜୟନ୍ତୀ ପାଳିତ।

କନ୍ଧମାଳ,୧୪|୪ : କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବଇଡା, ପଦର ସାହି, ଡୁମୁରିଗୁଡ଼ା ଆଦି ଗ୍ରାମ ଗୁଡିକରେ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ଡ଼.ବାବା ସାହେବ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ୧୩୪ତମ ଆମ୍ବେଦକର ଜୟନ୍ତୀ ପାଳନ କରାଯାଇଛି।ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିତ୍ୟ କହଁର ଯୋଗଦେଇଥିଲେ।ଉମା ଚରଣ କହଁର , ଭାଗିରାମ ଦିଗାଲ ,ପ୍ରକାଶ ପ୍ରଧାନ, କୃଷ୍ଣ ଚନ୍ଦ୍ର କହଁର,ସୁବ୍ରତ କହଁର ସମ୍ମାନୀୟ ଅତିଥି ଭାବେ ରହିଥିଲେ। ଏଥିରେ ଅତିଥି ମାନେ ଆମ୍ବେଦକର ଙ୍କ ଜୀବନୀ ବିଷୟରେ ମତ ରଖିଥିଲେ ।ଏଥିରେ ଅନୁସୂଚୀତ ଜାତି ଓ ଜନଜାତିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User