ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦର ସମ୍ମିଳନୀ କକ୍ଷରେ ସାମୁହିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Aug 28, 2026 - 16:52
0 15
ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦର ସମ୍ମିଳନୀ କକ୍ଷରେ ସାମୁହିକ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଭବାନୀପାଟଣା ୨୮l୮( ଷ୍ଟାରନିୟୁଜ ଓଡିଶା )ବ୍ରାହ୍ମଣ ସମାଜର ମହିଳା ଶାଖା ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମାଜ ସେବୀ ସୌଦାମିନୀ ପାଢ଼ୀ, ସବିତା ଶତପଥୀ ଓ ରଞ୍ଜିତା ମୁଣ୍ଡ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଭଗବାନ ପର୍ଶୁରାମଙ୍କୁ ପୂଜାର୍ଚ୍ଚନା କରି ରାକ୍ଷୀ ଅର୍ପଣ କରାଯାଇଥିଲା। ତାପରେ ପ୍ରଜ୍ଞା ବାହିନୀର ଭଉଣୀ ମାନେ ଉପସ୍ଥିତ ସମସ୍ତ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରେ ପରେ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ବନଶ୍ରୀ ଦାସ ଓ ତନିଶା ଦାଶ ଙ୍କ ସଂଯୋଜନାରେ ଆୟୋଜିତ ରାକ୍ଷୀ ଉପରେ ମହିଳା ମାନଙ୍କର ଏକ କବିତା ପାଠୋତ୍ସବ ରେ ୨୨ ଜଣ ନାରୀ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଏହି ଅବସରରେ ସର୍ବ ଭାରତୀୟ ସ୍ତରରେ ଚୟନ ହୋଇ ସଂସଦ ଭବନ ନୂଆଦିଲ୍ଲୀରେ ବିକଶିତ ଭାରତ ୟୁଥ୍ ପାର୍ଲିଆମେଣ୍ଟ ରେ ଓଜସ୍ୱିନୀ ବକ୍ତବ୍ୟ ଦେଇ କଳାହାଣ୍ଡିକୁ ମହିମା ମଣ୍ଡିତ କରିଥିବା ଭବାନୀପାଟଣାର ଦୁଇଜଣ ଛାତ୍ରୀ ଝାନସୀରାଣୀ ମିଶ୍ର ଓ ସ୍ମୃତି ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଝୁନୂପମା ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଅନିତା ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ଅର୍ଚ୍ଚନା ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User