ଭବାନୀପାଟଣାରେ ନବନିର୍ମାଣ କୃଷକ ସଂଗଠନର ଯୁବ-ଛାତ୍ର ସମ୍ମିଳନୀ ଚାଷୀଙ୍କ ହକ୍‌ ଓ ଅଧିକାର ପାଇଁ ସଂଗଠିତ ଲଢ଼େଇର ଆହ୍ୱାନ

Oct 05, 2026 - 18:03
0 4
ଭବାନୀପାଟଣାରେ ନବନିର୍ମାଣ କୃଷକ ସଂଗଠନର ଯୁବ-ଛାତ୍ର ସମ୍ମିଳନୀ ଚାଷୀଙ୍କ ହକ୍‌ ଓ ଅଧିକାର ପାଇଁ ସଂଗଠିତ ଲଢ଼େଇର ଆହ୍ୱାନ

ଭବାନୀପାଟଣା, ୫/୧୦ (ଷ୍ଟାରନିୟୁଜ ଓଡ଼ିଶା):ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଷ୍ଟାଡିୟମରେ ନବନିର୍ମାଣ କୃଷକ ସଂଗଠନ, କଳାହାଣ୍ଡି ଶାଖା ପକ୍ଷରୁ ଯୁବ-ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୁବକ ଓ ଛାତ୍ରମାନେ ଯୋଗଦେଇ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ସହ ଚାଷୀଙ୍କ ହକ୍‌ ଓ ଅଧିକାର ପାଇଁ ଆଗାମୀ ଦିନରେ ସଂଗଠିତ ଭାବେ ଲଢ଼େଇ କରିବାକୁ ସଂକଳ୍ପ ନେଇଥିଲେ।
ସମ୍ମିଳନୀରେ ସଂଗଠନର ସଂଯୋଜକ ଲିଙ୍ଗରାଜ ପ୍ରଧାନ, ସହ-ସଂଯୋଜକ ହେରମ୍ବ ସେନାପତି, ଜିଲ୍ଲା ଯୁବ ସଭାପତି ହିତେଶ ନାଏକ, ଜିଲ୍ଲା ଛାତ୍ର ସଭାପତି ଅଭିଜିତ ଶତପଥୀ ଓ ଜିଲ୍ଲା ସମ୍ପାଦକ ମହମ୍ମଦ ଇୟାଜ ପ୍ରମୁଖ ଉପସ୍ଥିତ ଥିଲେ।
ଏହାସହ ଜିଲ୍ଲା ଯୁବ ସମ୍ପାଦକ ମହମ୍ମଦ ଆୟାଜ (ଭବାନୀପାଟଣା), ଯୁବ ଉପ-ସମ୍ପାଦକ ଅନନ୍ତ ନାଏକ (ଥୁଆମୂଳ ରାମପୁର), ଛାତ୍ର ସମ୍ପାଦକ ପ୍ରଦୀପ କୁମାର ନାଏକ (ଥୁଆମୂଳ ରାମପୁର), ଜୁନାଗଡ଼ ବ୍ଲକ ଯୁବ ସଭାପତି ବିକାଶ ସରାଫ, ଗୋଲାମୁଣ୍ଡା ବ୍ଲକ ଛାତ୍ର ସଭାପତି ଅମିତ କୁମାର ସରାଫ, ଗୋଲାମୁଣ୍ଡା ବ୍ଲକ ଉପ-ସଭାପତି ମନୋଜ ଚୌଧୁରୀ, ଥୁଆମୂଳ ରାମପୁର ବ୍ଲକ ଛାତ୍ର ସଭାପତି ଯଦୁମଣି ନାଏକ, ଛାତ୍ର ଉପ-ସଭାପତି ମାନସ ନାଏକ, ବ୍ଲକ ସମ୍ପାଦକ ମୁଲ୍ଲିନ/ବିକାଶ ନାଏକ ଓ ଯୁଗ୍ମ ସମ୍ପାଦକ ଆଦର୍ଶ ମୁଣ୍ଡ ପ୍ରମୁଖ ଯୋଗଦେଇଥିଲେ।
ସଂଗଠନର ବରିଷ୍ଠ ଉପଦେଷ୍ଟା ସୁମନ ରଥ ଯୁବକ ଓ ଛାତ୍ରମାନଙ୍କୁ ଦେଶହିତରେ କାର୍ଯ୍ୟ କରିବା ସହ ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ଅଧିକାର ପାଇଁ ଦୃଢ଼ ଭାବେ ସ୍ୱର ଉଠାଇବାକୁ ପ୍ରେରଣା ଦେଇଥିଲେ।
ଜୁନାଗଡ଼, ଗୋଲାମୁଣ୍ଡା, ଭବାନୀପାଟଣା ଓ ଥୁଆମୂଳ ରାମପୁର ଅଞ୍ଚଳର ବହୁ ଯୁବକ ଓ ଛାତ୍ର ଏହି ସମ୍ମିଳନୀରେ ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ଚାଷୀଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ସଂଗଠନକୁ ଗ୍ରାମସ୍ତରରେ ବିସ୍ତାର କରିବା ସହ ଆଗାମୀ ଦିନରେ ଚାଷୀଙ୍କ ନ୍ୟାୟସଙ୍ଗତ ଦାବି ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User