୭୫ ଲକ୍ଷ ଟଙ୍କା ଠକେଇ ମାମଲାରେ ବଡ଼ ମୋଡ଼ ତଳ ଅଦାଲତର ଦଣ୍ଡାଦେଶ ବଦଳାଇଲେ ଜିଲ୍ଲା ଓ ଦୌରା ଅଦାଲତ; ଅଭିଯୁକ୍ତ ସତୀଶ କୁମାର ଜୈନ ନିର୍ଦ୍ଦୋଷରେ ଖଲାସ

Oct 05, 2026 - 15:45
0 57
୭୫ ଲକ୍ଷ ଟଙ୍କା ଠକେଇ ମାମଲାରେ ବଡ଼ ମୋଡ଼ ତଳ ଅଦାଲତର ଦଣ୍ଡାଦେଶ ବଦଳାଇଲେ ଜିଲ୍ଲା ଓ ଦୌରା ଅଦାଲତ; ଅଭିଯୁକ୍ତ ସତୀଶ କୁମାର ଜୈନ ନିର୍ଦ୍ଦୋଷରେ ଖଲାସ

କେସିଙ୍ଗା , ୫/୧୦ (ଷ୍ଟାରନିୟୁଜ ଓଡ଼ିଶା):କଳାହାଣ୍ଡି,କେସିଙ୍ଗା ଅଞ୍ଚଳର ପ୍ରାୟ ୧୨୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟାଙ୍କଠାରୁ ପ୍ରାୟ ୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ରୁଜୁ ହୋଇଥିବା ମାମଲାରେ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ମାମଲାର ଅଭିଯୁକ୍ତ କେସିଙ୍ଗା ନିବାସୀ ସତୀଶ କୁମାର ଜୈନଙ୍କୁ ଭବାନୀପାଟଣା ଜିଲ୍ଲା ଓ ଦୌରା ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ମାମଲାରୁ ପ୍ରକାଶ ଯେ, ୨୦୨୩ ମସିହାରେ କେସିଙ୍ଗା ଅଞ୍ଚଳର ପ୍ରାୟ ୧୨୦ଟି SHG ଗୋଷ୍ଠୀର ମହିଳାମାନଙ୍କଠାରୁ ପ୍ରାୟ ୭୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ କେସିଙ୍ଗା ଥାନାରେ ହୋଇଥିଲା। ଏହାକୁ ଆଧାର କରି କେସିଙ୍ଗା ଥାନାରେ କେସ୍ ନମ୍ବର ୯୫/୨୦୨୩ ରୁଜୁ ହୋଇଥିଲା। ପୁଲିସ ତଦନ୍ତ ପରେ ସତୀଶ କୁମାର ଜୈନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏବଂ IPC ଧାରା ୪୧୯ ଓ ୪୨୦ ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଥିଲା।
ପରବର୍ତ୍ତୀ ସମୟରେ ମାମଲାର ଶୁଣାଣି କରି କେସିଙ୍ଗା JMFC ଅଦାଲତ ୧୯ ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଦସ୍ତାବିଜକୁ ଆଧାର କରି ସତୀଶ କୁମାର ଜୈନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୫,୦୦୦ ଟଙ୍କା ଜୋରିମାନାର ଦଣ୍ଡାଦେଶ ହୋଇଥିଲା।
ତେବେ ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ସତୀଶ କୁମାର ଜୈନ ଭବାନୀପାଟଣା ଜିଲ୍ଲା ଓ ଦୌରା ଅଦାଲତରେ Criminal Appeal No. 39/2023 ଦାୟର କରିଥିଲେ। ଅପିଲର ଶୁଣାଣି ସମୟରେ ମାମଲାର ମୌଖିକ ଓ ଦସ୍ତାବିଜୀ ସାକ୍ଷ୍ୟ, ରେକର୍ଡରେ ଥିବା ବିଭିନ୍ନ ତଥ୍ୟ ଏବଂ ପକ୍ଷର ଆଇନଗତ ଯୁକ୍ତିକୁ ଜିଲ୍ଲା ଓ ଦୌରା ଅଦାଲତ ବିଚାରକୁ ନେଇଥିଲେ।
ଏହାପରେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଅନୁପ ରଞ୍ଜନ ପଟ୍ଟନାୟକ ଗତ ୨୮ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ରାୟ ପ୍ରକାଶ କରି ତଳ ଅଦାଲତର ଦଣ୍ଡାଦେଶକୁ ପରିବର୍ତ୍ତନ କରିଛନ୍ତି। ଅପିଲରେ ଅଭିଯୁକ୍ତ ସତୀଶ କୁମାର ଜୈନଙ୍କୁ ଉକ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
ଏହି ଅପିଲ ମାମଲାରେ ଭବାନୀପାଟଣାର ବରିଷ୍ଠ ଆଇନଜୀବୀ ଶ୍ରୀ କୁନାଲ କୁମାର ବେହେରାଙ୍କ ନେତୃତ୍ୱରେ ଆଇନଜୀବୀ ଶ୍ରୀ ଅମିତ ପ୍ରସାଦ ଜୈନ, ଶ୍ରୀ ଶେଷଦେବ ସାହୁ, ଶ୍ରୀ ଶଶାଙ୍କ ଶେଖର ନେଗୀଙ୍କ ସମେତ ଅନ୍ୟ ସହଯୋଗୀ ଆଇନଜୀବୀମାନେ ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User