ଓଡ଼ିଶା ବନ୍ଦ ପାଳନ ପାଇଁ ଇଣ୍ଡିଆ ବ୍ଲକର ପ୍ରସ୍ତୁତି ବୈଠକ
ଫୁଲବାଣୀ ତା-୦୩/୧୦/୨୦୨୬ (ରିପୋର୍ଟର-ରଙ୍ଗନାଥ ବଡସେଟ୍): ଆସନ୍ତା ୮ ଅକ୍ଟୋବର ୨୦୨୬ରେ ଇଣ୍ଡିଆ ବ୍ଲକ ପକ୍ଷରୁ ଆହୂତ ଓଡ଼ିଶା ବନ୍ଦକୁ ସଫଳ କରିବା ନିମନ୍ତେ ଶନିବାର ଦିନ ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ, ଫୁଲବାଣୀ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଚନ୍ଦ୍ରଶେଖର ପରିଡ଼ା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ସମାଜବାଦୀ ପାର୍ଟିର ରାଜ୍ୟ ଉପସଭାପତି ଶ୍ରୀ ଦେବେନ୍ଦ୍ର କହଁର, ଜିଲ୍ଲା ସଭାପତି ଶ୍ରୀ ଅମିତ କୁମାର ଦିଗାଲ, ଜିଲ୍ଲା କଂଗ୍ରେସ ଉପସଭାପତି ଶ୍ରୀ ହେମନ୍ତ କୁମାର କର, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନ, ଜିଲ୍ଲା କିଷାନ ସେଲ୍ ଅଧ୍ୟକ୍ଷ ଶ୍ରୀ ରାଜୀବ ଲୋଚନ ସାହାଣୀ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ବସନ୍ତ କୁମାର ପାଢ଼ୀ, ଶ୍ରୀ ସନ୍ତୋଷ କୁମାର ବକ୍ସି ଓ ଶ୍ରୀ ନନ୍ଦ କିଶୋର ଦାଶଙ୍କ ସମେତ ଜିଲ୍ଲା କଂଗ୍ରେସର ବିଭିନ୍ନ ବ୍ଲକ, ଏନ୍ଏସି ଓ ମ୍ୟୁନିସିପାଲିଟିର ସଭାପତିମାନେ ଯୋଗଦେଇଥିଲେ।ବୈଠକରେ ଆସନ୍ତା ୮ ଅକ୍ଟୋବରରେ ହେବାକୁ ଥିବା ଓଡ଼ିଶା ବନ୍ଦକୁ କିପରି ଶାନ୍ତିପୂର୍ଣ୍ଣ ଓ ସୁଚାରୁ ରୂପେ ପାଳନ କରାଯାଇପାରିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବନ୍ଦ ସମୟରେ ଦଳୀୟ ନେତା ଓ କର୍ମୀମାନଙ୍କ ଭୂମିକା, ସମନ୍ୱୟ ଏବଂ ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
What's Your Reaction?
Like
1
Dislike
0
Love
1
Funny
0
Wow
0
Sad
0
Angry
0
Comments (0)