ରକ୍ଷକ ସାଜିଲା ଭକ୍ଷକ I ପୋଲିସ କୁ ବାନ୍ଧିଲା ପୋଲିସ Iହୋମଗାର୍ଡ ଙ୍କ ପତ୍ନୀ ଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ପୋଲିସ ଏସଆଇ ଗିରଫ I

Aug 14, 2025 - 20:30
Updated: 1 year ago
0 402
ରକ୍ଷକ ସାଜିଲା ଭକ୍ଷକ I ପୋଲିସ କୁ ବାନ୍ଧିଲା ପୋଲିସ Iହୋମଗାର୍ଡ ଙ୍କ ପତ୍ନୀ ଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ପୋଲିସ ଏସଆଇ ଗିରଫ I

ଫିରିଙ୍ଗିଆ,୧୪l୮(ଷ୍ଟାର୍ ନିୟୁଜ) :ରକ୍ଷକ ସାଜିଲା ଭକ୍ଷକ I ନିଜ ଅଧିନସ୍ଥ କର୍ମଚାରୀ ଙ୍କ ପତ୍ନୀ ଙ୍କୁ ପ୍ରେମ ନିବେଦନ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ଗିରଫ ହେଲେ ପୋଲିସ ଏସଆଇ I ଶେଷରେ ଦୁଷ୍କର୍ମ ଅଭିଯୋଗ ରେ ପୋଲିସ କୁ ବାନ୍ଧିଲା ପୋଲିସ I ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ କୁ ପଠେଇଦେଲେ ମାନ୍ୟବର ଅଦାଲତ I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ I ଗିରଫ ହୋଇଥିବା ପୋଲିସ ଏସଆଇ ଙ୍କ ନା ସ୍ମୁତି ସାଗର ସାମଲ ବୋଲି ଜଣାପଡିଥିବା ବେଳେ ସେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାରେ କାର୍ଯ୍ୟରତ ଥିବା ଜଣାପଡିଛି I ସୂଚନା ଅନୁସାରେ ଅଭିଯୁକ୍ତ ଏସଆଇ ସ୍ମୁତି ସାମଲ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନାରେ କାର୍ଯ୍ୟରତ ଥିବା ସମୟରେ ସେହି ଥାନାରେ ହୋମ ଗାର୍ଡ ଭାବରେ କାର୍ଯ୍ୟରତ ଅଭିରାମ ମହାନନ୍ଦ ନାମକ ଜଣେ ଗୃହ ରାକ୍ଷୀ ଙ୍କ ପତ୍ନୀ ଙ୍କୁ ପ୍ରେମ ନିବେଦନ କରି ଆସୁଥିଲେ I ବାରମ୍ବାର ଗୋଛାପଡା ଛକ ନିକଟରେ ଥିବା ଗୃହରାକ୍ଷୀ ଙ୍କ ଦୋକାନ କୁ ଯାଇ ତାଙ୍କ ପତ୍ନୀ ଙ୍କୁ ଅଶାଳୀନ ବ୍ୟବହାର କରିଆସୁଥିଲେ I ଏମିତିକି ଜୋର ଜବରଦସ୍ତ ତାଙ୍କ ପତ୍ନୀ ଙ୍କ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ସହ ବିଭିନ୍ନ ପ୍ରକାର ଧମକ ଚମକ ଦେଇଆସୁଥିଲେ I ପ୍ରେମ ନିବେଦନ କରିବାରେ ବିଫଳ ହେବାପରେ ଗତ ମେ ମାସ ୨୦୨୪ ତାରିଖ ଦିନ ଗୃହ ରକ୍ଷୀ ଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଥଣ୍ଡା ପାନୀୟ ପିଇବା ବାହାନାରେ ତାଙ୍କ ପତ୍ନୀ ଙ୍କୁ ଦୁଷ୍କର୍ମ ମଧ୍ୟ କରିଥିବା ଭଳି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ଗୃହରକ୍ଷୀ ଙ୍କ ପତ୍ନୀ ମିନତୀ ମହାନନ୍ଦିଆ I ତେବେ ଏହି ଘଟଣାକୁ ନେଇ ଗୃହ ରକ୍ଷୀ ଓ ତାଙ୍କ ପତ୍ନୀ ଥାନାରେ ଦ୍ୱାରସ୍ତ ମଧ୍ୟ ହୋଇଥିବା ବେଳେ ସରକାରୀ ଓକିଲ ଙ୍କ କହିବା ଅନୁସାରେ ସେତେବେଳେ ଗୃହରକ୍ଷୀ ଙ୍କ ଅଭିଯୋଗ କୁ ଥାନା ତରଫରୁ ଗ୍ରହଣ କରାଯାଇନଥିଲା I ଏମିତିକି ଏହି ଘଟଣାକୁ ନେଇ ପୀଡିତା ଜଣକ ଏସପି ଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ I ତେବେ ଏହି ଘଟଣାକୁ ପ୍ରାୟ ବର୍ଷେ ବିତିଯାଇଥିବା ବେଳେ ପୁଣି ଏସଆଇ ଜଣକ ପୀଡିତା ମହିଳା ଙ୍କୁ ଧମକ ଦେଇଥିଲେ I ଏହି ଘଟଣାକୁ ନେଇ ପୀଡିତା ଓ ତାଙ୍କ ସ୍ୱାମୀ ଗତ ଅଗଷ୍ଟ ତେର ତାରିଖ ଗୋଛାପଡା ଥାନାରେ ଏକ ଲିଖିତ ଏତଲା ଦେଇଥିଲେ I ଏତଲା କୁ ଆଧାର କରି ଗୋଛାପଡା ଥାନା ପୋଲିସ ଅଭିଯୁକ୍ତ ଏସଆଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ଅନ୍ୟପଟେ ଅଭିଯୁକ୍ତ ଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ମାନ୍ୟବର ଅଦାଲତ ଙ୍କ ନିର୍ଦେଶ କ୍ରମେ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଥିବା ସୂଚନା ଦେଇଛନ୍ତି ମାମଲା ଲଡ଼ୁଥିବା ସରକାରୀ ଓକିଲ ପଙ୍କଜ ବେହେରା I

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User