ରାଇଘର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ।

May 27, 2025 - 20:51
0 43

ରାଇଘର,୨୭l୫ (ଷ୍ଟାରନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ରାଇଘର ପଂଚାୟତ ସମିତି ସମ୍ମିଳନୀ ଗୃହ ଠାରେ ଆଜି ବ୍ଲକ ସ୍ତରୀୟ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଯୁଗ୍ମ ଜନଶୁଣାଣି ଶିବିର ରେ ବ୍ଲକ ର ବିଭିନ୍ନ ଅଞ୍ଚଳରୁ ଆସିଥିବା ୪୪ ଗୋଟି ଆପତ୍ତି ଅଭିଯୋଗ ର ପଞ୍ଜୀକରଣ କରାଯାଇଥିଲା। ଏହି ମଧ୍ୟରୁ ୧୪ ଗୋଟି ଗୋଷ୍ଠୀ ଗତ ସମସ୍ୟା ରହିଥିବା ବେଳେ ୩0 ଗୋଟି ବ୍ୟକ୍ତି ଗତ ଆପତ୍ତି ଅଭିଯୋଗ ରହିଥିଲା ୬ ଗୋଟି ସମସ୍ୟା ର ତ୍ଵରିତ ସମାଧାନ ଶିବିରରେ ସମାଧାନ କରଯାଇଥିଲା। ଏଥିରେ ଚାଷୀ ଙ୍କ ଧାନ ପଇସା, ବିଦ୍ୟୁତ୍ ସଂଯୋଗି କରଣ,ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ, shg ମହିଳା ଙ୍କ ଦ୍ୱାରା ଅଙ୍ଗନବାଡି ପୋଷାକ ବିତରଣ ଆଦି ଉପରେ ଆପତ୍ତି ଅଭିଯୋଗର ଉପ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲା ପାଳ ଶୁଣାଣି କରି ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ସମାଧାନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ଜନଶୁଣାଣି ଶିବିର ରେ ଅତିରିକ୍ତ ଜିଲ୍ଲପାଳ ତପନ କୁମାର ଖୁଣ୍ଟିଆ,ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା,ଉପ ଜିଲ୍ଲପାଳ ପ୍ରକାଶ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରବାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଙ୍କ ସହ ସମେତ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ଲକ୍ମି ସାଗର ମାଝୀ, ତହସିଲଦାର ରିତୁ ସିଂ,ବ୍ଲକ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ସିର୍ଦ୍ଧାର୍ଥ ରଣା,ବ୍ଲକ ଶିକ୍ଷା ଅଧିକାରୀ ଙ୍କ ସମେତ ସମସ୍ତ ବିଭାଗର ଅଧିକାରିଗଣ ଯୋଗ ଦେଇଥିଲେ, ଶେଷରେ ଭିନ୍ନକ୍ଷମ ଙ୍କୁ ୧ ୮ ଟି ହୁଇଲଚ୍ୟାର ଏବଂ ୩0 ଟି ଶ୍ରବଣ ଯନ୍ତ୍ର ପ୍ରଦାନ କରା ଯାଇଥିଲା

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User