ସ୍ୱଦେଶୀ ଜାଗରଣ ମଞ୍ଚ, ଜିଲ୍ଲା-କଳାହାଣ୍ଡି, ଓଡ଼ିଶା ପଶ୍ଚିମ ପକ୍ଷରୁ ଭବାନିପାଟଣା ଠାରେ ସାମ୍ବାଦିକ ସମ୍ମିଳନୀ

May 22, 2026 - 21:17
0 9
ସ୍ୱଦେଶୀ ଜାଗରଣ ମଞ୍ଚ, ଜିଲ୍ଲା-କଳାହାଣ୍ଡି, ଓଡ଼ିଶା ପଶ୍ଚିମ ପକ୍ଷରୁ ଭବାନିପାଟଣା ଠାରେ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି ଜିଲ୍ଳା  ତା. ୨୨l ୦୫( ଷ୍ଟାର ନିୟୁଜ ଓଡିଶା )ଭବାନିପାଟଣା ସ୍ଥିତ ବ୍ରଜ ବିହାର ଭବାନୀପାଟଣା ଠାରେ  ସ୍ୱଦେଶୀ ଜାଗରଣ ମଞ୍ଚ, ଜିଲ୍ଲା-କଳାହାଣ୍ଡି, ଓଡ଼ିଶା ପଶ୍ଚିମ ପକ୍ଷରୁ ଭବାନିପାଟଣା ଠାରେ  ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଭାରତ ଆର୍ଥିକ ସଙ୍କଟକୁ ସାମନା କରିବାକୁ ସମର୍ଥ ହେବ l
ଭବାନୀପାଟଣା - ବୈଶ୍ବିକ ଶକ୍ତି ଓ ଆର୍ଥିକ ସଙ୍କଟ ମଧ୍ୟରେ ଗତ ୧୦ ମଇ ରେ ଭାରତର ପ୍ରଧାନମନ୍ତ୍ରୀ ଯାନବାହନ ବ୍ୟବହାର, ବିଦେଶ ଯାତ୍ରା, ଘରେ ରହି କାମ କରିବା,  ବିଦେଶୀ ସାମଗ୍ରୀ କ୍ରୟ କମ୍ କରିବା ସ୍ୱଦେଶୀ ବ୍ୟବହାର କରିବା ରାସାୟନିକ ସାର ବ୍ୟବହାର, ପ୍ରାକୃତିକ ଚାଷ କରିବା ସର୍ବୋପରି ବିଦେଶୀ ଆମଦାନୀ ଉପରେ ଆତ୍ମାନିର୍ଭରଶୀଳତା କମାଇବା ସହିତ ମୂଲ୍ୟବାନ ବୈଦେଶିକ ମୁଦ୍ରା ସଞ୍ଚୟ କରିବା ଆଦି ବିଷୟକୁ ନେଇ ସ୍ୱଦେଶୀ ଜାଗରଣ ମଞ୍ଚ, କଳାହାଣ୍ଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l
ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଡାକୁଆ ଙ୍କ ସଂଯୋଜନାରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ନାୟକ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ମଞ୍ଚ ପକ୍ଷରୁ ସ୍ବାଗତ କରିବା ସହିତ ବୈଶ୍ଵିକ ଶକ୍ତି ଓ ଆର୍ଥିକ ସଙ୍କଟ ମଧ୍ୟରେ ସଂଯମି କକତ ଜୀବନଯାପନ ଆଧାରରେ ବିଶ୍ୱ ଭାତୃତ୍ଵର ବାର୍ତ୍ତା ଦେବାପାଇଁ ସମର୍ଥ ବୋଲି କହିଥିଲେ l ପ୍ରାନ୍ତ ପୂର୍ଣ୍ଣକାଳୀନ ଅଭୟ ପ୍ରସାଦ ଜେନା, ପ୍ରାନ୍ତ ପରିuଷଦ ସଦସ୍ୟ କୈଶବ ବିହାରୀ, ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ର, ବିଭାଗ ସଂଯୋଜକ ନକୁଳ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ l ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇ ଥିଲେ l

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User