୧୦୦ ଦିନର ଆନ୍ଦୋଳନ, ୩୦ କିଲୋମିଟର ପଦଯାତ୍ରା: ତୁରକେଲ ବ୍ରିଜ ଦାବିରେ ସରକାରଙ୍କୁ ଚେତାବନୀ
ଭବାନୀପାଟଣା, ତା. ୪/୮ (ଷ୍ଟାର

ନ୍ୟୁଜ୍ ଓଡ଼ିଶା):ତୁରକେଲ ବ୍ରିଜ ନିର୍ମାଣ ଦାବିରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କ ଧାରଣା ଆନ୍ଦୋଳନ ଆଜି ୧୦୦ ଦିନରେ ପହଞ୍ଚିଛି। ବାରମ୍ବାର ଦାବି ସତ୍ତ୍ୱେ ବ୍ରିଜ ନିର୍ମାଣ ନେଇ ସରକାର କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ କରି ବିଧାୟକ ତୁରକେଲ ବ୍ରିଜ ନିକଟରୁ ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୩୦ କିଲୋମିଟର ପଦଯାତ୍ରା କରିଥିଲେ।
ବିଧାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ହାତରେ ପ୍ଲାକାର୍ଡ ଧରି ବ୍ରିଜ ନିର୍ମାଣ ସପକ୍ଷରେ ସ୍ଲୋଗାନ ଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ। ରାସ୍ତାରେ ବିଭିନ୍ନ ଗ୍ରାମବାସୀ, କର୍ଲାପଡା +୨ ଓ +୩ କଲେଜ, ଶିଶୁ ମନ୍ଦିର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ, ସଂଗଠନ ଓ ଛାତ୍ରଛାତ୍ରୀମାନେ ବିଧାୟକଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।
ପଦଯାତ୍ରା ଶେଷରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରକେଲ ବ୍ରିଜର ତୁରନ୍ତ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। ବ୍ରିଜ ନିର୍ମାଣ ନହେବାରୁ ଅଞ୍ଚଳବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ଯାତାୟାତ ଓ ବିକାଶ କ୍ଷେତ୍ରରେ ଦୀର୍ଘଦିନ ଧରି ଅସୁବିଧାର ସମ୍ମୁଖୀନ ହେଉଥିବା ଦର୍ଶାଇ ଏହାର ଶୀଘ୍ର ନିର୍ମାଣ ପାଇଁ ଦାବି କରାଯାଇଛି।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)