ଅନ୍ତୋଦ୍ୱୟ ଗୃହ ଯୋଜନାର ଶୁଭାରମ୍ଭ।

ଅନ୍ତୋଦ୍ୱୟ-ଗୃହ-ଯୋଜନାର-ଶୁଭାରମ୍ଭ

Mar 31, 2025 - 13:14
Updated: 1 year ago
0 284
ଅନ୍ତୋଦ୍ୱୟ ଗୃହ ଯୋଜନାର ଶୁଭାରମ୍ଭ।

ଫୁଲବାଣୀ,୩୧l୩:ରାଜ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଅନ୍ତୋଦ୍ଵୟ ଗୃହ ଯୋଜନା ଆରମ୍ଭ କରିଛନ୍ତି ।ଏହି ଅବସରରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ଜିଲ୍ଳାର 12 ଗୋଟି ବ୍ଲକ ମୁଖ୍ୟାଳୟରେ ଏହି ଯୋଜନାର ଶୁଭାରମ୍ଭ ସମାରୋହର ଆୟୋଜନ କରାଯାଇଥିଲା ।ଫୁଲବାଣୀର କରୋନେସନ ପଡ଼ିଆରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସମାରୋହର ଶୁଭାରମ୍ଭ  କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଅଜୟନ୍ତୀ ପ୍ରଧାନ, କନ୍ଧମାଳ ଜିଲ୍ଲା ପରିଷଦ CEO ଶମ୍ବୁନାଥ ନନ୍ଦୀ, ଫୁଲବାଣୀ BDO ସୋମ୍ୟରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସମାରୋହରେ ପ୍ରାୟ 2000 ରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା ।ମୁଖ୍ୟମନ୍ତ୍ରୀ ଯୋଜନାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ,ଯାହାର ସିଧାପ୍ରସାରଣ ସମାରୋହରେ କରାଯାଇଥିଲା !ଶେଷରେ ଫୁଲବାଣୀର 100 ଜଣ ହିତାଧିକାରୀଙ୍କୁ ଫୁଲବାଣୀ ବିଧାୟକ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ।ଏହା ଆମ ସରକାରର ଐତିହାସିକ ଯୋଜନା ଯେଉଁ ଯୋଜନାରେ ଦିବ୍ୟାଙ୍ଗ, ବିଧବା ଏବଂ ଦୁରାରୋଗରେ ପୀଡ଼ିତ ହିତାଧିକାରୀ ମାନେ ଅତି ସହଜରେ ଘର ଖଣ୍ଡେ ପାଇପାରିବେ ବୋଲି ଫୁଲବାଣୀ ବିଧାୟକ କହିଛନ୍ତି ।ସେହିଭଳି କନ୍ଧମାଳ ଜିଲ୍ଲାରେ ଏହି ଯୋଜନାରେ ବର୍ତମାନ 2031 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେବା ପାଇଁ ଚିହ୍ନଟ କରାଯାଇଛି ଏବଂ ଏବେ ମଧ୍ୟ ଚି଼ହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି କନ୍ଧମାଳ ଜିଲ୍ଲା ପରିଷଦ CEO କହିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User