ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ତ୍ରୀଦିବସିୟ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ।

Nov 23, 2025 - 20:37
0 132
ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ତ୍ରୀଦିବସିୟ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ।

ଫୁଲବାଣୀ ,୨୩l୧୧(ଷ୍ଟାର ନିୟୁଜ):ସମ୍ବିଧାନ ଦିବସ ନଭେମ୍ବର ୨୬ ଉପଲକ୍ଷେ ଡଃ ଭୀମରାଓ ଆମ୍ବେଦକର ସ୍ମୃତି କମିଟି, ଫୁଲବାଣୀ ଆନୁକୂଲ୍ୟରେ ତ୍ରୀ ଦିବସିୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ -୨୦୨୫ କନ୍ଧମାଳ ଷ୍ଟାଡିଅମ ଫୁଲବାଣୀ ଠାରେ ଉଦଘାଟିତ ହୋଇଯାଇଛି l ପ୍ରଥମ ଦିବସର ଉଦ୍ଘାଟନୀ ଉତ୍ସବର ପ୍ରଥମ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କ୍ରୀଡା ସମ୍ପାଦକ ଶିବ ତ୍ରିପାଠୀ,ସମ୍ମାନିତ ଅତିଥି ଭାବେ କୁଇ ସମାଜ ଉପଦେଷ୍ଟା ଗୌତମ ପ୍ରଧାନ, ପାଣ ସମାଜ କନ୍ଧମାଳ ସଭାପତି ପଙ୍କଜ ବେହେରା , ଆଇନଜିବି ସତ୍ୟନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ପ୍ରଥମ ଦିବସର ଦ୍ଵିତୀୟ ମ୍ୟାଚର ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଶାସନିକ ଅଧିକାରୀ କନ୍ଧମାଳ ଦୁଡ଼ା ପିଡି ପ୍ରବୀଣ କୁମାର ବାଣୁଆ, ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଆଇନଜୀବି ଆଦିତ୍ୟ ପ୍ରସାଦ ତ୍ରିପାଠୀ ଯୋଗ ଦେଇଥିଲେ l ସେହିପରି ଅନ୍ୟତମ ଅତିଥି ଭାବେ ସୁଶୀଲ ନାୟକ, ପ୍ରସନ୍ନ ବିଶୋଇ, ସଭାପତି ଜୁମା ମସଜିଦ ଫୁଲବାଣୀ ଅବଦୁଲ ରଜାକ ଖାଁ, ପୂର୍ବତନ ଫୁଟବଲ ଖେଳାଳି ସରୋଜ ମୁନି ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ପ୍ରଥମ ମ୍ୟାଚ୍ ଖଜୁରୀପଡ଼ା ବ୍ଲକ ସହିତ ଫୁଲବାଣୀ, ଫୁଲବାଣୀ ଗୋଟିଏ ଗୋଲରେ ବିଜୋୟୀ, ଦ୍ଵିତୀୟ ମ୍ୟାଚ୍ ଗୋଛାପଡ଼ା ସହିତ ଚକାପାଦ, ଗୋଛାପଡ଼ା ଦୁଇଟି ଗୋଲରେ ବିଜୋୟୀ ହୋଇଥିଲା l ଏଥିରେ ଆମ୍ବେଦକର ସ୍ମୃତି କମିଟିର ସଭାପତି ସମୀର ଘଟାଲ୍, କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ଦିଗାଲ, ଉପସଭାପତି ଦିବାକର ଦିଗାଲ ସଧାରଣ ସମ୍ପାଦକ ସୋମନାଥ ବାଗ, ସମ୍ପାଦକ ଉଦ୍ଧବ ଦିଗାଲ,ସଂଗଠକ ଭାଗିରଥି ସେଠୀ, ସଂଯାଯୋକ ବିରେନ୍ଦ୍ର କହଁର, କୋଷାଧ୍ୟକ୍ଷ ବିନୋଦ କହଁର କ୍ରୀଡ଼ା ସମ୍ପାଦକ ତଥା ଆୟୋଜକ ବିରାଜ ବେହେରା ଉପସ୍ଥିତ ରହି ଟୁର୍ନାମେଣ୍ଟ ପରିଚାଳନା କରିଥିଲେ lଖେଳ ଆସନ୍ତା ଦୁଇ ଦିନ ଚାଲିବ ବୋଲି କମିଟି ପକ୍ଷରୁ କୁହାଯାଇଛି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User