କାରଖାନା ନାହିଁ ତ ଖଣି ନାହିଁ: ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ ‘କାରଖାନା ନାହିଁ ତ ଖଣି ନାହିଁ’ ନାରାରେ ଗଣଧାରଣା ପାଇଁ ପ୍ରସ୍ତୁତି ଅକ୍ଟୋବର ୭ରେ ଗଣଧାରଣା ଓ ସତ୍ୟାଗ୍ରହ; ସାତ ସଂଗଠନର ମିଳିତ ପ୍ରସ୍ତୁତି .
ଥୁଆମୂଳ ରାମପୁର, ୨୭/୯ (ଷ୍ଟାରନ୍ୟୁଜ୍ ଓଡ଼ିଶା):

‘କାରଖାନା ନାହିଁ ତ ଖଣି ନାହିଁ’ ଦାବିକୁ ନେଇ ଆସନ୍ତା ଅକ୍ଟୋବର ୭ ତାରିଖରେ ହେବାକୁଥିବା ଗଣଧାରଣା ଓ ସତ୍ୟାଗ୍ରହ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ ଥୁଆମୂଳ ରାମପୁର ଆଦିବାସୀ ଭବନ ପରିସରରେ ସାତଟି ସଂଗଠନର ମିଳିତ ଉଦ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଅକ୍ଟୋବର ୭ର ଗଣଧାରଣା ଓ ସତ୍ୟାଗ୍ରହକୁ କିପରି ସଫଳ କରାଯିବ ଏବଂ ଅଧିକ ସଂଖ୍ୟକ ସ୍ଥାନୀୟ ଲୋକଙ୍କୁ କିପରି ସାମିଲ କରାଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ଅଞ୍ଚଳର ଜନସ୍ୱାର୍ଥ, ଜମି, ଜଙ୍ଗଲ ଏବଂ ସ୍ଥାନୀୟ ଲୋକଙ୍କ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ମତବିନିମୟ କରାଯାଇଥିଲା।
ପ୍ରସ୍ତୁତି ବୈଠକରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସଦସ୍ୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଲୋକମାନେ ଯୋଗଦେଇଥିଲେ। ଆସନ୍ତା ୭ ତାରିଖର କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସଫଳ କରିବା ପାଇଁ ବୈଠକରେ ଉପସ୍ଥିତ ପ୍ରତିନିଧିମାନେ ଆହ୍ୱାନ ଦେଇଥିଲେ।
ଅକ୍ଟୋବର ୭ ତାରିଖରେ ପ୍ରସ୍ତାବିତ ଗଣଧାରଣା ଓ ସତ୍ୟାଗ୍ରହକୁ ନେଇ ଥୁଆମୂଳ ରାମପୁର ଅଞ୍ଚଳରେ ପ୍ରସ୍ତୁତି ଜୋରଦାର ହେଉଥିବା ଜଣାପଡ଼ିଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)