କାର୍ଗିଲ ବିଜୟ ଉତ୍ସବ ନୂଆପଦର ମଣ୍ଡଳ ରେ ପାଳିତ ।

Jul 27, 2025 - 09:42
0 27
କାର୍ଗିଲ ବିଜୟ ଉତ୍ସବ ନୂଆପଦର ମଣ୍ଡଳ ରେ ପାଳିତ ।

ଫିରିଙ୍ଗିଆ,୨୭l୨୫ (ଷ୍ଟାର ନିୟଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ମଣ୍ଡଳ ଠାରେ କାର୍ଗିଲ ବିଜୟ ଦିବସ ଉତ୍ସବ ମଣ୍ଡଳ ସଭାପତି ଦେବଶ୍ଵର ଦୀପ ଅଧିନରେ ପାଳିତ ହୋଇଛି । ଏଠାରେ ବିଧାୟକ ପ୍ରତିନିଧି ପ୍ରଶାନ୍ତ କୁମାର କମ୍ପ ଉପସ୍ଥିତ ରହି କାର୍ଗିଲ ବିଜୟ ଉତ୍ସବ ଅଭିଭାଷଣ ରଖିଥିଲେ । ଜୁଲାଇ ୨୬ ତାରିଖ ୧୯୧୯ ମସିହା ରେ କାର୍ଗିଲ ଠାରେ ଭାରତ ଓ ପାକିସ୍ତାନ ଯୁଦ୍ଧ ଶେଷ ହୋଇ ଭାରତ ବିଜୟ ଲାଭ କରିଥିଲା ସେହି ବିଷୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏକ ପଦ ଯାତ୍ରା ସହିତ ସେହି ଦିନକୁ ମନେପକାଇବା ପାଇଁ ୨୦୨୫ ମସିହାରେ ନୂଆପଦର ମଣ୍ଡଳ ପାଳନ କରିଛନ୍ତି । ସମସ୍ତ ପଞ୍ଚାୟତ ର ଭାରତୀୟ ଜନତା ପାର୍ଟିର ଅଞ୍ଚଳ ପ୍ରମୁଖ ମାନଙ୍କ ସହ ଅଞ୍ଚଳ ର ସମସ୍ତ ବୁଦ୍ଧିଜିବୀ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User