ଖଜୁରୀପଡ଼ାରେ ଆହାର କେନ୍ଦ୍ର ଖୋଲା ଯିବା ପାଇଁ ଦାବୀ।

Apr 21, 2025 - 18:48
0 74
ଖଜୁରୀପଡ଼ାରେ ଆହାର କେନ୍ଦ୍ର ଖୋଲା ଯିବା ପାଇଁ ଦାବୀ।

ଫୁଲବାଣୀ,୨୧l୦୪ :କନ୍ଧମାଳ ଖଜୁରୀପଡ଼ା ବ୍ଲକ ୧୪ଟି ପଞ୍ଚାୟତ ଓ ଦୁଇଟି ଜିଲ୍ଲା ପରିଷଦ ଜୁନକୁ ନେଇ ଗଠିତ। ହେଲେ ବ୍ଲକ ହେଡକ୍ଵାଟରରେ ରହିଛି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର,ତହସିଲ କାର୍ଯ୍ୟାଳୟ, ପଞ୍ଚାୟତ ସମିତି କାର୍ଯ୍ୟାଳୟ,କୃଷି ବିଭାଗ,ଥାନା,ବ୍ୟାଙ୍କ୍ ଏଭଳି ଅନେକ ଲୋକ ମାନେ ପ୍ରତି ଦିନ ନିଜ ବ୍ୟକ୍ତିଗତ କାର୍ଯ୍ୟ ଓ ଗ୍ରାମର ସାମୂହିକ କାର୍ଯ୍ୟାରେ ବିଭିନ୍ନ ପଞ୍ଚାୟତର ଗ୍ରାମ ଗୁଡ଼ିକରୁ ଆସିଛନ୍ତି। ଜନ ସାଧାରଣଙ୍କ ସୁବିଧାକୁ ଆଖି ଆଗରେ ରଖି ସରକାର ଆହାର କେନ୍ଦ୍ର ଖୋଲା ଯିବାର ମୂଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି। ଫୁଲବାଣୀ ମୂଖ୍ୟ କାର୍ଯ୍ୟାଳୟ ଠାରେ ଡାକ୍ତର ଖାନା ଓ ବସ୍ ଷ୍ଟାଣ୍ଡ ଦୁଇଟି ଜାଗାରେ ଆହାର କେନ୍ଦ୍ର ଖୋଲିଛନ୍ତି। ସେହିଭଳି ବ୍ଲକ ହେଡ କ୍ଵାଟରରେ ମଧ୍ଯ ଏହି ଆହାର କେନ୍ଦ୍ର ଖୋଲିଲେ ଲୋକମାନେ ବହୁ ଉପକୃତ ହୁଅନ୍ତେ ବୋଲି ହୃଦୟଙ୍ଗମ କରି ଆଜି ଖଜୁରୀପଡ଼ା ବ୍ଲକ ରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘ ସଭାପତି ବୈଦ୍ୟନାଥ ବେହେରା ଙ୍କ ନେତୃତ୍ୱରେ ଖଜୁରୀପଡ଼ା ବ୍ଲକ ଶାଖା ସଂଘ ପକ୍ଷରୁ ଖଜୁରୀପଡ଼ା ଠାରେ ଏକ ଆହାର କେନ୍ଦ୍ର ଖୋଲା ଯିବାପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରି ନିବେଦନ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ଋତୁରାଜ ଏହାକୁ ଯଥାଶୀଘ୍ର ସରକାରଙ୍କ ନିକଟକୁ ଜଣାଇବା ସହିତ ଦାବିପତ୍ର ପଠାଇବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଖଜୁରୀପଡ଼ା ବ୍ଲକ ସମିତିସଭ୍ୟ/ସଭ୍ୟା ସଂଘର ସମ୍ପାଦିକା ଶୁଭଦ୍ରା ବେହେରା,କୋଷାଧକ୍ଷ ଉସାବତୀ ଗଣ୍ଡା,ଅମୂଲ୍ୟ ଦେହୁରୀ ଓ ଖଜୁରୀପଡ଼ା ସରପଞ୍ଚ ସ୍ଵାମୀ ମହେନ୍ଦ୍ର ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।ଜନସାଧାରଣଙ୍କ ସ୍ବାର୍ଥ ପାଇଁ ଦିଆଯାଇଥିବା ଏହି ମହୋତ୍ଵପୂର୍ଣ୍ଣ ଅଭିଯୋଗକୁ ସରକାର କେତେ ଗୁରୁତ୍ଵ ଦେଉଛନ୍ତି ତାହା ଦେଖିବାରେ ବାକି ରହିଲା।ଆଜିର ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାମୂହିକ ୪ ଗୋଟି ଓ ବ୍ୟକ୍ତିଗତ ୧୭ ଗୋଟି ମୋଟ ୨୧ ଟି ଆଭିଯୋଗ କୁ ଶୁଣାଣୀ କରିଥିଲେ ଜିଲ୍ଲାପାଳ। ଏହି ପରିପ୍ରେକ୍ଷୀରେ ସମସ୍ତ ବିଭାଗର ଅଧିକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ।

What's Your Reaction?

Like Like 8
Dislike Dislike 0
Love Love 0
Funny Funny 0
Wow Wow 4
Sad Sad 0
Angry Angry 0

Comments (0)

User