ଚନ୍ଦାହାଣ୍ଡି ବ୍ଲକରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଗଣଧାରଣା ଓ ଦାବିପତ୍ର ପ୍ରଦାନ ।

Jun 21, 2025 - 19:35
0 78
ଚନ୍ଦାହାଣ୍ଡି ବ୍ଲକରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଗଣଧାରଣା ଓ ଦାବିପତ୍ର ପ୍ରଦାନ ।

ଚନ୍ଦାହାଣ୍ଡି ,୨୧l୬;(ଷ୍ଟାର ନିୟୁଜ ଓଡିଶା ): ବିଦ୍ୟୁତ ବିଭାଗର ଅଘୋଷିତ ବିଦ୍ୟୁତ କାଟ,ସ୍ମାର୍ଟ ମିଟର ଜରିଆରେ ଉପଭୋକ୍ତାଙ୍କ ଠାରୁ ଅଧିକ ଅର୍ଥ ଶୋଷଣ,ମନ ଇଚ୍ଛା ବିଦ୍ୟୁତ ଶୁଳ୍କ ଆଦାୟ,ମନଇଚ୍ଛା ରିଡିଙ୍ଗ ବିଲ ମାରିବା,ବିଦ୍ୟୁତ କର୍ମଚାରୀଙ୍କ ଦ୍ୱାରା ଉପଭୋକ୍ତାଙ୍କ ବିଦ୍ୟୁତ ତାର ଖୁଣ୍ଟରୁ କାଟିବା, ଛଅ ମାସ କିମ୍ବା ଏକ ବର୍ଷରେ ବିଲ କାଟିବା ଆଦିକୁ ବିରୋଧ ସ୍ଥାନୀୟ ଉପଭୋକ୍ତା ଓ ବୁଦ୍ଧିଜୀବୀ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବା 7ଗୋଟି ଦାବୀର ଏକ ଦାବୀପତ୍ର ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରେ ଦେଇଥିବା ଦେଖିବାକୁ ମିଲିଛି |ଏଭଳି ଏକ ଦୃଶ୍ୟଟି ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରୁ |ବିଦ୍ୟୁତ ବିଭାଗର ମନମୁଖୀ କାମରେ ଅତିଷ୍ଠ ହୋଇ ସ୍ଥାନୀୟ ଉପଭୋକ୍ତା ମାନେ ଏଭଳି ଏକ ପଦକ୍ଷେପ ନେଇଥିବା ଦେଖିବାକୁ ମିଲିଛି |ଦାବିପତ୍ର ରେ ଉଲ୍ଲେଖ ରହିଛି କି ଗ୍ରାମାଞ୍ଚଳରେ ସଂଯୋଗ ଥିବା ପୁରାତନ ବିଦ୍ୟୁତ ତାର ଓ ଖୁଣ୍ଟ ସବୁକୁ ପରିବର୍ତନ କରି ନୂତନ ଲଗାଇବା, ଚନ୍ଦାହାଣ୍ଡି ବ୍ଲକରେ 4ଗୋଟି ଫିଡେରେସନ ରହିଥିବା ବେଳେ ପ୍ରତି ପଂଚାୟତରେ ଗୋଟେ ଲେଖାଏ ଫିଡେରେସନ ଯୋଗେଇ ଦେବା,ନୂତନ ସ୍ମାର୍ଟ ମିଟର କାଢି ଦେଇ ପୁଣିଥରେ ପୁରୁଣା ମିଟର ଲଗେଇବା,ଅଘୋଷିତ ବିଦ୍ୟୁତ କାଟ, ମନଇଚ୍ଛା ବିଦ୍ୟୁତ ଶୁଳ୍କ ଆଦାୟ, ମନଇଚ୍ଛା ରିଡିଙ୍ଗ ବିଲ ମାରିବା,ମନମୁଖୀ ବିଦ୍ୟୁତ ଖୁଣ୍ଟରୁ ଉପଭୋକ୍ତାଙ୍କ ତାର କାଟିଦେବା,6ମାସ କିମ୍ବା 1ବର୍ଷରେ ବିଦ୍ୟୁତ ବିଲ ଆଦାୟ କରିବା,ପୂର୍ବ ଦିନର ବିଦ୍ୟୁତ ଶୁଳ୍କ ଆଦାୟ ବନ୍ଦ କରିବା,ବିଦ୍ୟୁତ କାର୍ଯ୍ୟାଳୟରେ ଆବଶ୍ୟକ ମୁତାବକ କର୍ମଚାରୀ ନିଯୁକ୍ତି କରିବା ଓ ଝରିଗାଁ ବିଦ୍ୟୁତ କାର୍ଯ୍ୟାଳୟ ଠାରୁ ଚନ୍ଦାହାଣ୍ଡି ବିଦ୍ୟୁତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବଡ ଟାୱାର ବିଜୁଳି ଖୁଣ୍ଟର ବ୍ୟବସ୍ଥା କରିବା ଆଦି ଉଲ୍ଲେଖ ରହିଛି |ସ୍ଥାନୀୟ ଉପଭୋକ୍ତା ମାନେ ବିଦ୍ୟୁତ ବିଭାଗର ମନମୁଖୀ କାମରେ ଅତିଷ୍ଠ ହୋଇ ଆଜି ଚନ୍ଦାହାଣ୍ଡି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବା ସହ ସ୍ଥାନୀୟ ବିଦ୍ୟୁତ ବିଭାଗୀୟ ଅଧିକାରୀ, ତହସିଲଦାର ଓ ବିଡ଼ିଓ ଏହି 7ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି |ତତ ସହିତ ଯଦି ପ୍ରଶାସନ ସେମାନଙ୍କ ଦାବୀ ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ବଡ ଧରଣର ଗଣଧାରଣା ଦେବା ସହ ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇବା ନେଇ ଚେତାବନୀ ମଧ୍ୟ ଦିଆଯାଇଥିବା ସୂଚନା ମିଲିଛି |ଏହି ଗଣ ଧାରଣା ଓ ଦାବିପତ୍ର ପ୍ରଦାନ ସମୟରେ ସ୍ଥାନୀୟ ଉପଭୋକ୍ତା ମାନଙ୍କ ମଧ୍ୟରେ ଶେଷମଲ ହରପାଳ, ଗୌରହରି ନାୟକ, ପୁରୁଷୋତ୍ତମ ବାଗ, ପ୍ରେମଚାନ୍ଦ ଗୋପାଳ, ଯୁଗେଶ୍ବର ନାଗ, ଜଗନ୍ନାଥ ଡ଼ଙ୍ଗରୀ, ଡମ୍ବରୁ ହରିଜନ, ନଳିନୀ ଡ଼ଙ୍ଗରୀ, କେଶବ ନାୟକ, କର୍ଣ୍ଣ ମାଝୀ, ରାଜେଶ କୁମାର ନାଗ, ଯାଦବ ଗୋପାଳ, ଡିକେସ ହରପାଳ, ବୈକୁଣ୍ଠ ନାଗ, ଅକାଳୁ ଜାଳି ପ୍ରମୁଖ ଉପସ୍ଥିତ ରହିଥିଲେ|

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User