ଥୁଆମୂଳ ରାମପୁରରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ଅଗ୍ନିକୁଣ୍ଡରେ ଅଗ୍ନି ପରୀକ୍ଷା, ଘୁମୁରା ପ୍ରତିଯୋଗିତା ମୁଖ୍ୟ ଆକର୍ଷଣ

Oct 02, 2026 - 14:49
0 15
ଥୁଆମୂଳ ରାମପୁରରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ଅଗ୍ନିକୁଣ୍ଡରେ ଅଗ୍ନି ପରୀକ୍ଷା, ଘୁମୁରା ପ୍ରତିଯୋଗିତା ମୁଖ୍ୟ ଆକର୍ଷଣ

ଥୁଆମୂଳ ରାମପୁର, ୨/୧୦ (ଷ୍ଟାର

ନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ପ୍ରସିଦ୍ଧ ଭୈରବ ଦେବଙ୍କ ଝାମୁଯାତ୍ରା ଶୁକ୍ରବାର ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ଏଥିସହ ଅଗ୍ନି ଭୈରବ ଦେବଙ୍କ ନବଦିନାତ୍ମକ ବାଲିଯାତ୍ରାର ମଧ୍ୟ ସମାପନ ହୋଇଛି। ଯାତ୍ରା ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ପରମ୍ପରା ଅନୁଯାୟୀ ଭାଦ୍ରବ ଶୁକ୍ଳପକ୍ଷ ଦ୍ୱାଦଶୀରୁ ବାଲିଯାତ୍ରା ଆରମ୍ଭ ହୋଇଥିଲା। ଶୁକ୍ରବାର ଭୋରରୁ ଝାମୁଯାତ୍ରା ପାଇଁ ପୂଜାର୍ଚ୍ଚନା ପରେ କାଠ ସଂଗ୍ରହ ଓ ଅଗ୍ନି ସଂଯୋଗ କରାଯାଇଥିଲା। ଅପରାହ୍ନରେ ଭୈରବ ଦେବଙ୍କ କାଳିସୀ ସହର ପରିକ୍ରମା କରିବା ପରେ ଅଗ୍ନି ଭୈରବଙ୍କ ପୂଜକ ଅଗ୍ନିକୁଣ୍ଡ ଉପରେ ଚାଲି ଅଗ୍ନି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଅଗ୍ନି ଭୈରବ ଦେବଙ୍କ ନୂତନ ପୂଜକ କଶ୍ୟପ ମୁଣ୍ଡଛିନା, ମା’ ମାଣିକେଶ୍ୱରୀଙ୍କ ପୂଜକ ଶରତ ପୁଝାରୀଙ୍କ ସମେତ ମୁଖ୍ୟ ପୂଜକ ତାପସ ରାୟଗୁରୁ, ଗୌରଚନ୍ଦ୍ର ମୁଣ୍ଡଛିନା, ଚିନ୍ମୟ ମୁଣ୍ଡ ଓ ଡମ୍ବରୁଧର ପୁଝାରୀ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ।
ଝାମୁଯାତ୍ରାର ଅନ୍ୟତମ ଆକର୍ଷଣ ଥିଲା ଘୁମୁରା ପ୍ରତିଯୋଗିତା। କଳାହାଣ୍ଡିର ବିଭିନ୍ନ ଅଞ୍ଚଳରୁ ଘୁମୁରା ଦଳ ଯୋଗଦେଇଥିବା ବେଳେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।
ମା’ ମାଣିକେଶ୍ୱରୀ ପୂଜା କମିଟିର ସଭାପତି ଅଶ୍ୱିନ କୁମାର ନାଏକ, ଉପସଭାପତି ହେମନ୍ତ ନାଏକ, ସମ୍ପାଦକ ଲୁଲୁ ଧଙ୍ଗଡାମାଝୀ ଓ କୋଷାଧ୍ୟକ୍ଷ ବିଘ୍ନରାଜ ପାତ୍ରଙ୍କ ସମେତ କମିଟି ସଦସ୍ୟମାନେ ଆୟୋଜନରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଭୈରବ ଓ ଅଗ୍ନିଭୈରବ ନାମ ସମାନ କରନ୍ତୁ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User