ନବରଙ୍ଗପୁର ଠାରେ ସାଇବର ସୁରକ୍ଷା ସମ୍ବନ୍ଧୀୟ ସଚେତନତା ପଦଯାତ୍ରା ଅନୁଷ୍ଠିତ ।

Oct 23, 2025 - 19:16
0 79
ନବରଙ୍ଗପୁର ଠାରେ ସାଇବର ସୁରକ୍ଷା ସମ୍ବନ୍ଧୀୟ ସଚେତନତା ପଦଯାତ୍ରା ଅନୁଷ୍ଠିତ ।

ନବରଙ୍ଗପୁର,୨୩l୧୦(ଷ୍ଟାର ନିୟୁଜ ଓଡିଶା ):ଆଜି ନବରଙ୍ଗପୁର ସହର ସ୍ଥିତ ସଦାଶିବ ପାର୍କ ଠାରୁ ପୋଲିସ ପଡିଆ ପର୍ଯ୍ୟନ୍ତ ସାଇବର ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ପୋଲିସ ବିଭାଗ ଦ୍ଵାରା ଆୟୋଜିତ ଏହି ପଦଯାତ୍ରାକୁ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମାଡକର ସନ୍ଦୀପ ସମ୍ପତ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ। ବର୍ତମାନ ସମୟରେ ସାଇବର ଠକେଇରେ ପୀଡିତ ହୋଇ ଅନେକ ଲୋକ ନିଜର କଷ୍ଟରେ ଉପାର୍ଜିତ ସର୍ବସ୍ବ ଟଙ୍କା ହରାଉଛନ୍ତି ଏବଂ ଏହାକୁ ରୋକିବାରେ ଓ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ସଚେତନତା ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ପଦ ଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ କୁମାର ସେନ,ନବରଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ସମ୍ବିତ ବେହେରା, ଡି ଆଇ ପି ଆର୍ ଓ ମନୋଜ ବେହେରା, ପୋଲିସ ବିଭାଗ ର ବିଭିନ୍ନ ଅଧିକାରୀ, ବିଦ୍ୟାର୍ଥୀ ମହାବିଦ୍ୟାଳୟ, ସ୍ମାର୍ଟ ଗୁରୁକୁଳ,ମହିଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ପଦଯାତ୍ରା ରେ ସାମିଲ ରହିଥିଲେ।ପଦଯାତ୍ରାରେ ନକଲି ପରିଚୟ ଦେଇ ଅନଲାଇନ ଓ ଟି ପି ଠକେଇ, ଈ କମର୍ସ ରିଫଣ୍ଡ ଠକେଇ, ଚାକିରି ଦେବାର ଲୋଭ ଦେଖାଇ ଠକେଇ,ନକଲି ଓ ତତ୍କାଳ ଋଣ ଆପ,ପାର୍ଶଲ୍ ଠକେଇ, ଟ୍ରେଡିଂ ଠକେଇ,ଡିଜିଟାଲ ଆରେଷ୍ଟ ଠକେଇ ଉପରେ ବିଶେଷ ସଚେତନତା ସୃଷ୍ଟି କରାଗଲା। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ନିଜ ହାତରେ ରାସ୍ତା କଡ଼ ଦୋକାନୀ ଓ ଜନ ସାଧାରଣଙ୍କୁ ସଚେତନତା ବାର୍ତ୍ତା ଥିବା ଲିଫ୍ଲେଟ୍ ଦେଇ ବୁଝାଇ କହିଥିଲେ।ଓ ଟି ପି, ପିନ ନମ୍ବର କାହାରିକୁ ସେୟାର ନ କରିବା,ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରିବା, କୌଣସି ସନ୍ଦେହ ଜନକ ଲିଙ୍କରେ କ୍ଲିକ୍ ନ କରିବା, ସୋସିଆଲ ମିଡିଆରେ ସତର୍କତା,ସୁରକ୍ଷିତ ଅନଲାଇନ୍ ସୋପିଙ୍ଗ ସମ୍ବନ୍ଧୀୟ ସଚେତନ ବାର୍ତ୍ତାକୁ ପ୍ଲାକାର୍ଡ ମାଧ୍ୟମରେ ସଚେତନ କରାଗଲା। କୌଣସି ଆର୍ଥିକ କ୍ଷତି ହେଲେ ତୁରନ୍ତ( 1 ଘଣ୍ଟା ମଧ୍ୟରେ)ସାଇବର ହେଲ୍ପ ଲାଇନ 1930 ରେ ଫୋନ କରିବାକୁ ଗୁରୁତ୍ବ ଦିଆଗଲା।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User