ପାଲିଆ ପଂଚାୟତରେ ବିକାଶ ପରିବହନ ରଥକୁ ଭବ୍ୟ ସ୍ୱାଗତ ।

Jun 15, 2025 - 09:49
0 190

ଝରିଗାଁ ,୧୫l୬(ଷ୍ଟାର ନିୟୁଜ ଓଡିଶା ): ଏକ ବର୍ଷର ଶାସନ କାଳ ମଧ୍ୟରେ ମୋହନ ସରକାର ଯାହାସବୁ ଯୋଜନା କରିଛନ୍ତି ସେସବୁ ଯୋଜନାକୁ ଜନସାଧାରଣ ମାନଙ୍କ ପାଖରେ ପହଂଚାଇବା ଉଦେଶ୍ୟ ରାଜ୍ୟ ସରକାର ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଛନ୍ତି |ଏହି ଯାତ୍ରା ଚଳିତ ମାସର 12ତାରିଖରେ ଶୁଭାରମ୍ଭ ହୋଇଥିବା ବେଳେ ଆସନ୍ତା 26ତାରିଖ ରେ ସମାପିତ ହେବ |15ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିକାଶ ବାହନ ରଥ ବ୍ଲକରୁ ବାହାରି ପ୍ରତି ପଂଚାୟତରେ ପହଂଚି ଉପସ୍ଥିତ ଜନସାଧାରଣଙ୍କୁ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ମଧ୍ୟରେ ଯାହା ସବୁ ଜନ କଲ୍ୟାଣକାରୀ ଯୋଜନା କରିଛନ୍ତି, ତାର ଉପଲବ୍ଧି ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇବା ସହ ଯୋଜନାରୁ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ସାଙ୍ଗେ ସାଙ୍ଗେ ଯୋଜନାରେ ସାମିଲ କରିବା ଏହାର ମୂଳ ଲକ୍ଷ୍ୟ ରହିଛି |ଗତ 12ତାରିଖରେ ବିକାଶ ବାହନ ରଥ ଝରିଗାଁ ବ୍ଲକ କାର୍ଯ୍ୟାଳୟରୁ ବାହାରି ବ୍ଲକ ଅଧିନରେ ଥିବା ବିଭିନ୍ନ ପଂଚାୟତ ପରିଭ୍ରମଣ କରି ଆଜି ପାଲିଆ ପଂଚାୟତ କାର୍ଯ୍ୟାଳୟରେ ପହଂଚିଥିଲା |ବିକାଶ ବାହନ ରଥକୁ ପାଲିଆ ଠାରେ ପଂଚାୟତର କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ମିଶନ ଶକ୍ତି ମହିଳା ତଥା ପାଲିଆ ପଂଚାୟତର ଜନସାଧାରଣ ଫୁଲ ଚନ୍ଦନ ଦେଇ ଭବ୍ୟ ସ୍ୱାଗତ କରିଥିଲେ |ପରେ ପାଲିଆ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ନବୀନ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ସଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପାଲିଆ ସରପଞ୍ଚ ରାଧା ସାନ୍ତା,ଚଚା ମଣ୍ଡଳର ସାଧାରଣ ସମ୍ପାଦକ ପ୍ରତାପ ଦୁରିଆ, ନାୟକ ସରପଞ୍ଚ ଶୁକଦେବ ସାନ୍ତା, ପୂର୍ବତନ ସରପଞ୍ଚ ପବିତ୍ର ସାନ୍ତା, ସମାଜ ସେବୀ ରମେଶ ହରିଜନ, ସମାଜ ସେବୀ ମହାଦେବ ମାଝୀ, ଫୁଫୁଗାଁ ପଂଚାୟତ ସଭାପତି ରାମକୃଷ୍ଣ ସାନ୍ତା, ଝରିଗାଁ ମଣ୍ଡଳ ଯୁବ ସଭାପତି ଗିରି ପାଣ୍ଡେ, ଜିପିଓ ରମେଶ ହରିଜନ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୌରଭ ବେହେରାଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ମାନେ ମଞ୍ଚାସିନ ରହିଥିଲେ |ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ମିଶନ ଶକ୍ତି ମହିଳାମାନେ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ |ସାଂସଦ ପ୍ରତିନିଧି ଓ ଚଚା ମଣ୍ଡଳର ସାଧାରଣ ସମ୍ପାଦକ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ଉପଲବ୍ଧି ଉପରେ ପ୍ରାଞ୍ଜଳ ଭାବେ ଜନସାଧାରଣଙ୍କୁ ବୁଝେଇଥିଲେ |ପରେ 7ଜଣ ହିତାଧିକାରୀଙ୍କୁ ପେନସନ, 21ଜଣ ହିତାଧିକାରୀଙ୍କୁ ଲେବର କାର୍ଡ, 5ଜଣ ହିତାଧିକାରୀଙ୍କୁ ରେସନ କାର୍ଡ, 33ଜଣ ହିତାଧିକାରୀଙ୍କୁ ସି ଏମ କିସାନ କାର୍ଡ, 15ଜଣ ହିତାଧିକାରୀଙ୍କୁ ଅଣ୍ଡର ସି ଏମ କିସାନ କାର୍ଡ ଓ ଜଣେ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରାଯାଇଥିଲା ଓ ସଭାପତି ସାଙ୍ଗ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User