ଫିରିଙ୍ଗିଆ ପୁଲିସ ଦ୍ଵାରା କାର୍ ସହ ୩୦କିଲୋ ଗଞ୍ଜେଇ ଜବତ, ୨ ଗିରଫ

Apr 11, 2025 - 21:59
0 208
ଫିରିଙ୍ଗିଆ ପୁଲିସ ଦ୍ଵାରା କାର୍ ସହ ୩୦କିଲୋ ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୧୧l୪ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଥିବା ବେଳେ ଏହି ଗଞ୍ଜେଇ କାରବାରକୁ ସମୂଳେ ବିନାଶ କରିବା ପାଇଁ ଜିଲ୍ଲା ପୋଲିସ ମଧ୍ୟ ଲାଗିପଡିଛି । କିଛିଦିନ ହେଲା ଲଗାତାର ଭାବରେ ଫିରିଙ୍ଗିଆ ପୋଲିସ ବିଭିନ୍ନ ଜାଗାରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସ‌ହ ଅଭିଯୁକ୍ତମାନଙ୍କୁ ବାନ୍ଧି କୋର୍ଟ ମଧ୍ଯ ଚାଲାଣ କରୁଛି । ତଥାପି ଅଂଚଳରୁ ଗଞ୍ଜେଇ କାରବାର ଥମିବାର ନା ଧରୁନି । ବିଶେଷ କରି ବାହାର ଜିଲ୍ଲାର କିଛି ଗଞ୍ଜେଇ ମାଫିଆ ଏହି ଗଞ୍ଜେଇ କାରବାର ପାଇଁ ଏହି ଫିରିଙ୍ଗିଆ ଅଞ୍ଚଳରେ ଡେରା ପକେଇବା ସହ ରିତିମତ ଭାବେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି ।ତେବେ ଏହି ପରିପେକ୍ଷୀରେ ଫିରିଙ୍ଗିଆ ପୋଲିସ ଏକ କାର ସହ ୩୦କିଲୋ ଗଞ୍ଜେଇକୁ ଜବତ କରିବା ସହ ଏହି ଘଟଣାରେ ଦୁଇ ଜଣ ଆନ୍ତଜିଲ୍ଲା ପେସାଦାର ଗଂଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଗିରଫ ମାଫିଆମାନଙ୍କ ମଧ୍ୟରେ ଜଣେ ଜଗତସିଂହପୁର ଜିଲ୍ଲା ପାରାଦୀପ ଥାନା ନୂଆପାଟଣା ଯୋଭସ୍ଲୋଭାକିଆ କଲୋନୀର ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ପୁଅ ଦେବାଶିଷ ପାଣିଗ୍ରାହୀ ବୋଲି ଜଣାପଡ଼ିଥିବାବେଳେ ଅନ୍ୟ ଜଣେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚିଲିକା ଗାଁର ଭରତ ଜେନାଙ୍କ ପୁଅ ନାରାୟଣ ଜେନା ବୋଲି ଜଣାପଡିଛି । ଗିରଫ ଦୁଇ ଜଣ ଗଞ୍ଜେଇ ମାଫିଆ ଜଣେ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ପୋଲିସ ତରଫରୁ ସୂଚନା ମିଳିଥିବା ବେଳେ ଏମାନେ ବହୁବାର ଏହି ଫିରିଙ୍ଗିଆ ଅଂଚଳରୁ ରାଜଧାନୀ ଭୁବନେଶ୍ବରକୁ ପୋଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଜଣାପଡିଛି।ସୂଚନା ଅନୁସାରେ ଗତକାଲି ଏକ କାରରେ ଗଞ୍ଜେଇ ଚାଲାଣ ହେଉଥ‌ିବା କୌଣସି ସୂତ୍ରରୁ ପୋଲିସକୁ ଖବର ଆସିଥିଲା । ପରେ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ବାଳଙ୍କ ନିର୍ଦେଶକ୍ରମେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ନେତୃତ୍ବରେ ଏକ ଟିମ ଫିରିଙ୍ଗିଆ ବାଲିଗୁଡା ରାସ୍ତାର ମୁଣ୍ଡାସାହି ଛକ ନିକଟରେ କାର ଟିକୁ ଧରିବାରେ ସଫଳ ହୋଇଥିଲେ । ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୮୬/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକୁ ଦୁଇ ଗଞ୍ଜେଇ ମାଫିଆଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଘଟଣାର ତଦନ୍ତ ଦାୟିତ୍ଵ ରେ ଥିବା ପୋଲିସ ଏସଆଇ ଦୀପକ କୁମାର ରାଉତ ସୂଚନା ଦେଇଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User