ଫିରିଙ୍ଗିଆ ପୋଲିସ ଦ୍ୱରା ଦୁଇଟି କାର ସହ ୨୭ କିଲୋ ଗଞ୍ଜେଇ ଜବତ I ପାଞ୍ଚ ଜଣ ବିଟେକ ଛାତ୍ର ଗିରଫ I

Jul 22, 2025 - 20:40
Updated: 1 year ago
0 174
ଫିରିଙ୍ଗିଆ ପୋଲିସ ଦ୍ୱରା ଦୁଇଟି କାର ସହ ୨୭ କିଲୋ ଗଞ୍ଜେଇ ଜବତ I ପାଞ୍ଚ ଜଣ ବିଟେକ ଛାତ୍ର ଗିରଫ I

ଫିରିଙ୍ଗିଆ,୨୨l୭(ଷ୍ଟାର ନିୟୁଜ) :କିଛିଦିନ ର ନୀରବତା ପରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ କୁ ମିଳିଛି ପୁଣି ଏକ ବଡ଼ ସଫଳତା I ଦୁଇଟି କାର ସହ ୨୭ କିଲୋ ଗଞ୍ଜେଇ କୁ ଜବତ କରିବା ସହ ପାଞ୍ଚ ଜଣ ବିଟେକ ଛାତ୍ର ଙ୍କୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ I ସେମାନଙ୍କ ମଧ୍ୟ୍ୟରେ ଜଣେ ଛାତ୍ର ଙ୍କ ପିତା ହାଇକୋର୍ଟ ଓକିଲ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ଛାତ୍ର ଙ୍କ ପିତା ଶିକ୍ଷକ ଓ ବାକି ଛାତ୍ର ମାନଙ୍କ ପିତା ମନେ ମଧ୍ୟ୍ୟ ବଡ଼ବଡ଼ ପଦବୀରେ ଥିବା ଜଣାପଡିଛି I ତେବେ ଗିରଫ ଛାତ୍ର ମାନଙ୍କ ମଧ୍ୟ୍ୟରେ ଜଣେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଞ୍ଚଳର  ଜଣାପଡିଥିବା ବେଳେ ଅନ୍ୟ ତିନିଜଣ କେଉଁ ଝର ଜିଲ୍ଲା ଆନନ୍ଦପୁର ଥାନା ,ଘସିପୁରା ଥାନା ଅଞ୍ଚଳର ଜଣେ ବୋଲି ଜଣା ପଡିଛି ଓ ଅନ୍ୟଜଣେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳର  ବୋଲି ଜଣାପଡିଛି I ତେବେ ପୋଲିସ ର ସୂଚନା ଅନୁସାରେ ସୋମବାର ସଂଧ୍ୟା ସମୟରେ କନ୍ଧମାଳ ଏସପି ହରିଶ ବିଶି ଙ୍କ ନିର୍ଦେଶ କ୍ରମେ ଫୁଲବାଣୀ ସଦର ଏସ୍ଡ଼ିପିଓ ଶୁଭ୍ରଜିତ ବିଶ୍ୱାଳ ଙ୍କ ତତ୍ୱାବଧାନ ରେ ଥାନା ଅଧିକାରୀ ଡ଼ିଏସପି ଗୋପିନାଥ ପ୍ରଧାନ ଙ୍କ ନେତୃତ୍ୱରେ ଫିରିଙ୍ଗିଆ ବାଲିଗୁଡା ରାସ୍ତାର ମାଶ୍ରୀପଡା ଛକ ନିକଟରେ ଗାଡିମଟର ଯାଞ୍ଚ କରିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଦୁଇଟି କାର କୁ ଅଟକାଇ ଯାଞ୍ଚ କରିଥିଲେ I ଯାଞ୍ଚ ଚାଲିଥିବା ସମୟରେ କାର ରୁ ଏକ ଗଞ୍ଜେଇ ଭର୍ତି ବ୍ୟାଗ ବାହାରିଥିଲା I ଏଥିରେ ଭୟଭୀତ ହୋଇ କାର ରେ ଥିବା ଛାତ୍ର ମାନେ ଫେରାର ହୋଇଯିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କୌଶଳ କ୍ରମେ ପୋଲିସ ଛାତ୍ର ମାନଙ୍କୁ ଧରିବାରେ ସଫଳ ହୋଇଥିଲେ I ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୧୬୦/୨୦୨୫ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ମଙ୍ଗଳବାର ଗିରଫ ଛାତ୍ର ମାନଙ୍କୁ ଜବତ ଗଞ୍ଜେଇ ଓ କାର ସହ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User