ଫିରିଙ୍ଗିଆ ରେ ଡ୍ରାଇଭର ମହା ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ I

Jul 09, 2025 - 05:16
0 534
ଫିରିଙ୍ଗିଆ ରେ ଡ୍ରାଇଭର ମହା ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ I

ଫିରିଙ୍ଗିଆ,୮l୭(ଷ୍ଟାର ନିୟୁଜ): ବର୍ଷ ବର୍ଷ ଧରି ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରି ପ୍ରତାରିତ ହେବା ପରେ ପୁଣି ଥରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ଆଜି ସାରା ରାଜ୍ୟରେ ଡ୍ରାଇଭର ମାନଙ୍କ ତରଫରୁ ଆନ୍ଦୋଳନ ଜାରି ରହିଥ‌ିବା ବେଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଡ୍ରାଇଭର ମହାସଂଘ ପକ୍ଷରୁ ମଧ୍ୟ ଏହାକୁ ସମର୍ଥନ କରି ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ କରାଯାଇଥିଲା। ସାତ ଦଫା ଦାବିରେ ଏହି ଅନ୍ଦୋଳନ ଡାକରା ଦିଆଯାଇ ଥ‌ିବା ବେଳେ ଫିରିଙ୍ଗିଆ ବ୍ଳକ ର ଶହେରୁ ଊର୍ଦ୍ଧ୍ବ ଡ୍ରାଇଭର ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଆନ୍ଦୋଳନରେ ବସିଥିଲେ । ଡ୍ରାଇଭରମାନଙ୍କୁ ଡ୍ରାଇଭର ମହାସଂଘ ମୁଖ୍ୟତଃ ଅଟୋ ଡ୍ରାଇଭରମାନଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଭର ବୋର୍ଡରେ ସାମିଲ, ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥୂବା ଥୂବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ଗାଡ଼ିଗୁଡ଼ିକ ପାର୍କି ଓ ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ପାକିଂ ସହ ବିଶ୍ରାମାଗାର ଏବଂ ଶୌଚାଳୟ ବ୍ୟବସ୍ଥା ଓ ସେପ୍ଟେମ୍ବର ଏକ କୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରିବା ଦାବି କରିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବା ନେଇ ସଂଘ ତରଫରୁ କୁହାଯାଇଛି। ଫିରିଙ୍ଗିଆ ବ୍ଲକ ଡ୍ରାଇଭର ମହାସଙ୍ଘ ସଭାପତି ଅଜିତ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଫିରିଙ୍ଗିଆ ରେ ଚାଲିଥିବା ଆନ୍ଦୋଳନକୁ ଉପସଭାପତି ପୁଷ୍ପାଞ୍ଜଳି ସାହୁ,ସମ୍ପାଦକ ରମାକାନ୍ତ ପ୍ରଧାନ,ସହ ସମ୍ପାଦକ ନିର୍ମଳ ବେହେରା,କୋଷାଧକ୍ଷ ଵାପିନା କହଁର,ମୁଖ୍ୟ ଆଡମିନ ଉମାକାନ୍ତ ହଂସ,ଉପଦେଷ୍ଟା ସାମନ୍ତ କୁମାର ସାହୁ ସହ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ I ସେହିପରି ଏହି ଫିରିଙ୍ଗିଆ ବ୍ଲକ ର ଗୋଛାପଡା ସାଖା ତରଫରୁ ମଧ୍ୟ୍ୟ ଗୋଛାପଡା ମୁଖ୍ୟ ଛକରେ ଧାରଣା ଦିଆଯାଇଥିଲା I ଏଠାରେ ମଧ୍ୟ୍ୟ ଗୋଛାପଡା ଶାଖାର ସଭାପତି ତ୍ରିନାଥ ବିନ୍ଧାଣି, ସମ୍ପାଦକ ଆଲୋକ କୁମାର ସାହୁ, ଉପଦେଷ୍ଟା ସ୍ୱାଧୀନ କୁମାର ସାହୁ, କୋଷାଧକ୍ଷ ବିହର କହଁର ଙ୍କ ସହ ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ I 

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User