ବନ୍ଧପାରିରେ ପୋଷଣ ସଚେତନତା କାର୍ଯ୍ୟକ୍ରମ ବନ୍ଧପାରିରେ ‘ପୋଷଣର ପର୍ବ’ ଅପପୋଷଣ ଦୂର କରି ସୁସ୍ଥ ସମାଜ ଗଠନ ପାଇଁ ଆହ୍ୱାନ
ଲାଞ୍ଜିଗଡ଼, ୨୬/୦୯ (ଷ୍ଟାରନ୍ୟୁଜ୍ ଓଡ଼ିଶା): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବନ୍ଧପାରି ଗ୍ରାମରେ ପୋଷଣ ଓ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ବ୍ଲକସ୍ତରୀୟ ପୋଷଣ ପରିଚାଳନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କର୍ତ୍ତବ୍ୟ, ରିଲାଏନ୍ସ ଫାଉଣ୍ଡେସନ ଓ ମହିଳା ଓ ଶିଶୁ ବିକାଶ ବିଭାଗ, ଲାଞ୍ଜିଗଡ଼ର ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।
କାର୍ଯ୍ୟକ୍ରମରେ ବନ୍ଧପାରି ମା’ ଭୈରବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଚଣ୍ଡୀ, ରିଲାଏନ୍ସ ଫାଉଣ୍ଡେସନର ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ଦେବେନ୍ଦ୍ର ପଟେଲ, କର୍ତ୍ତବ୍ୟର ପ୍ରକଳ୍ପ ସଂଯୋଜକ ନିରାକାର ଦଣ୍ଡସେନା ଏବଂ ମହିଳା ସୁପରଭାଇଜର ଯଶୋବନ୍ତୀ ଗଉଡ଼ଙ୍କ ସମେତ ଅଙ୍ଗନବାଡ଼ି କର୍ମୀମାନେ ଯୋଗଦେଇଥିଲେ।
ଏ

ହି ଅବସରରେ ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ଯତ୍ନ ଉପରେ ଆଲୋଚନା ହୋଇଥିଲା। ବିଶେଷକରି ସନ୍ତୁଳିତ ଖାଦ୍ୟ ଗ୍ରହଣ, ଦୈନନ୍ଦିନ ଜୀବନରେ ପୋଷଣର ଗୁରୁତ୍ୱ, ପରିଷ୍କାର-ପରିଚ୍ଛନ୍ନତା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା।
ଅପପୋଷଣ କେବଳ ଜଣେ ବ୍ୟକ୍ତିର ସମସ୍ୟା ନୁହେଁ, ଏହା ସମାଜର ସାମୂହିକ ଚ୍ୟାଲେଞ୍ଜ। ତେଣୁ ପରିବାର, ସମୁଦାୟ ଓ ବିଭିନ୍ନ ସରକାରୀ-ବେସରକାରୀ ସଂସ୍ଥାର ସମନ୍ୱିତ ପ୍ରୟାସ ମାଧ୍ୟମରେ ଅପପୋଷଣକୁ ଦୂର କରି ସୁସ୍ଥ ଓ ସବଳ ସମାଜ ଗଠନ କରାଯାଇପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା, ଆଶାକର୍ମୀ, ଗ୍ରାମ ପଞ୍ଚାୟତ ଜୀବିକା ନିର୍ବାହ ସମିତିର ସଦସ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, କିଶୋରୀ ବାଳିକା, ମହିଳା ଓ ବିଭିନ୍ନ ବର୍ଗର ଅଞ୍ଚଳବାସୀ ଯୋଗଦେଇଥିଲେ। ଶେଷରେ ପୋଷଣ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମକୁ କର୍ତ୍ତବ୍ୟ ଅନୁଷ୍ଠାନର ସମ୍ପ୍ରସାରଣ କର୍ମୀ ସଞ୍ଜିବ ପଣ୍ଡା, ସୁଶାନ୍ତ ମାଝୀ ଓ ଉଦିତ ନାଏକ ପ୍ରମୁଖ ସହଯୋଗ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)