କେସିଙ୍ଗାରେ ଓଷ୍ଟାର ସାଙ୍ଗଠନିକ ଅଧିବେଶନ ଅଭୟ ସଭାପତି, ସମୀର ସମ୍ପାଦକ; ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

Sep 26, 2026 - 19:51
0 28
କେସିଙ୍ଗାରେ ଓଷ୍ଟାର ସାଙ୍ଗଠନିକ ଅଧିବେଶନ ଅଭୟ ସଭାପତି, ସମୀର ସମ୍ପାଦକ; ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

କେସିଙ୍ଗା, ୨୬/୦୯ (ଷ୍ଟାରନିୟୁଜ ଓଡିଶା ଓଡ଼ିଶା): କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଆସୋସିଏସନ୍‌ (ଓଷ୍ଟା) କେସିଙ୍ଗା ବ୍ଲକ ଶାଖାର ସାମ୍ବିଧାନିକ ଅଧିବେଶନ ଓ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।
ଓଷ୍ଟା କଳାହାଣ୍ଡି ଜିଲ୍ଲା ସଭାପତି ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଆୟୋଜିତ ଅଧିବେଶନରେ ଓଷ୍ଟା ରାଜ୍ୟ ସମ୍ପାଦକ ମୃତ୍ୟୁଞ୍ଜୟ ବେହେରା, ଜିଲ୍ଲା ଉପଦେଷ୍ଟା ଭବାନୀଶଙ୍କର ମିଶ୍ର, ନର୍ଲା ବ୍ଲକ ସମ୍ପାଦକ ବିକ୍ରମ ଗୌଡ଼ଙ୍କ ସମେତ କେସିଙ୍ଗା ବ୍ଲକର ଶିକ୍ଷକ-ଶିକ୍ଷୟିତ୍ରୀ ଓ ସଂଘର ସଦସ୍ୟମାନେ ଯୋଗଦେଇଥିଲେ।
ବୈଠକରେ ସଂଘର ସାଙ୍ଗଠନିକ କାର୍ଯ୍ୟକ୍ରମ, ନିର୍ବାଚନ ପ୍ରକ୍ରିୟା, ଶିକ୍ଷକମାନଙ୍କ ସ୍ୱାର୍ଥ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଶିକ୍ଷକ ସମାଜର ଏକତା ଓ ସଂଘର ସାଙ୍ଗଠନିକ ଭିତ୍ତିକୁ ଆହୁରି ମଜବୁତ କରିବା ସହ ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ସଂଗଠିତ ଭାବେ ଉପସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପରେ ସର୍ବସମ୍ମତିକ୍ରମେ କେସିଙ୍ଗା ବ୍ଲକ ଓଷ୍ଟାର ନୂତନ ସଭାପତି ଭାବେ ଅଭୟ କୁମାର ଦେବତା ଏବଂ ସମ୍ପାଦକ ଭାବେ ସମୀର କୁମାର ବେହେରା ନିର୍ବାଚିତ ହୋଇଥିଲେ। ଜିଲ୍ଲା ଉପଦେଷ୍ଟା ଭବାନୀଶଙ୍କର ମିଶ୍ର ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ପଦ, ଗୋପନୀୟତା ଓ ନିରପେକ୍ଷତାର ଶପଥ ପାଠ କରାଇଥିଲେ। ପରେ ନୂତନ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଓ ଅଭିନନ୍ଦନ ଜଣାଯାଇଥିଲା।
ଏହି ଅବସରରେ ରାଜ୍ୟ ଓଷ୍ଟା ପକ୍ଷରୁ ଆୟୋଜିତ ୪୨ତମ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ-୨୦୨୫ରେ ବ୍ରହ୍ମଚାରୀ ବନମାଳୀ ସ୍ମୃତି ପୁରସ୍କାର ହାସଲ କରିଥିବା ନବନିର୍ବାଚିତ ବ୍ଲକ ସମ୍ପାଦକ ସମୀର କୁମାର ବେହେରାଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଶିକ୍ଷକ ସୁଶାନ୍ତ କୁମାର ମେହେର ଓ ଶିକ୍ଷୟିତ୍ରୀ ସ୍ୱପ୍ନା ଟକରିଆ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଶିକ୍ଷକ ହେମନ୍ତ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଅଧିବେଶନର ପରିସମାପ୍ତି ଘୋଷଣା କରାଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User