ବାଇକ ଦୁର୍ଘଟଣା ରେ ଜଣେ ମୃତ, ନ୍ୟାୟ ପ୍ରଦାନ ଦାବୀ ରେ ଦଶପୁର ଫାଣ୍ଡି ଘେରାଓ

Jun 20, 2025 - 10:55
Updated: 1 year ago
0 33
ବାଇକ ଦୁର୍ଘଟଣା ରେ ଜଣେ ମୃତ, ନ୍ୟାୟ ପ୍ରଦାନ ଦାବୀ ରେ ଦଶପୁର ଫାଣ୍ଡି ଘେରାଓ

କଳାହାଣ୍ଡି ଜିଲ୍ଲା ତା:୨୦/୦୬(ଷ୍ଟାର ନିୟୁଜ  ) ଗୋଲାମୁଣ୍ଡା ଥାନା ଫରଙ୍ଗ ନିକଟରେ ଅଜଣା ବାଇକ ଧକ୍କା ରେ ଫରଙ୍ଗ ଗ୍ରାମର କ୍ଷେତ୍ର ମୋହନ ଭୋଇଙ୍କ ମୃତ୍ୟୁ ହୋଇଥିଲା। ପ୍ରକାଶ ଥାଉ କି ଗତ ୧୯/୫/୨୫ ସକାଳ ଆଠଟା ସମୟରେ କ୍ଷେତ୍ର ମୋହନ ସାଇକେଲ ରେ ନିଜ ଜମିକୁ ଯାଉ ଥିବା ବେଳେ ଓଡି 08 ଏସ 0850 ନମ୍ବର ବିଶିଷ୍ଟ ବାଇକ ଯୋଗେ ଆସି ଧକ୍କା ଦେବାରୁ ସାଇକେଲ ଆରୋହୀ କ୍ଷେତ୍ର ମୋହନ ସାଇକେଲ ରୁ ଛିଟିକି ପଡି ଗୁରୁତର ହୋଇଥିଲେ। ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଭବାନୀପାଟଣା ଓ  ପରେ ବୁର୍ଲା ସ୍ଥାନାନ୍ତର କରିଥିଲେ। ଦୁର୍ଘଟଣା ରେ କ୍ଷେତ୍ର ମୋହନ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ବାମ ଜଙ୍ଘ ଭାଙ୍ଗି ଯାଇ ଅଚେତ ହୋଇଯାଇଥିଲେ। ଦୀର୍ଘ ଦିନର ଚିକିତ୍ସା ପରେ ନିଜ ଘର ଫରଙ୍ଗ ରେ ଗୁରୁବାର ଅପରାହ୍ନ ୫ ଟା ରେ କ୍ଷେତ୍ର ମୋହନ ଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ନ୍ୟାୟ ପ୍ରଦାନ ଦାବିରେ ଦଶପୁର ଫାଣ୍ଡି ଘେରାଓ କରିଥିଲେ। ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ଥାନା ଯୋତିଶ ପ୍ରକାଶ ତାଣ୍ଡି, ରାଜେଶ ପରିଡ଼ା ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ପୁହୁଁଚୀ ବୁଝା ସୂଝା କରି ଥିଲେ ମଧ୍ୟ ଲୋକେ ଉତ୍ତ୍ୟକ୍ତ ରହି ଥିବାର ଜଣା ପଡି ଥିଲା,
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟିଂ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User