ବାଲିଗୁଡା କନିଷ୍ଟ ଯନ୍ତ୍ରୀ ନିଯୁକ୍ତି ନିମନ୍ତେ ପଞ୍ଚାୟତ ଜନ ପ୍ରତିନିଧି ପରିଷଦ ତରଫରୁ ଉପଜିଲ୍ଲାପାଳ ଙ୍କ ଦାବିପତ୍ର ପ୍ରଦାନ l

Nov 08, 2025 - 08:05
0 245
ବାଲିଗୁଡା କନିଷ୍ଟ ଯନ୍ତ୍ରୀ ନିଯୁକ୍ତି ନିମନ୍ତେ ପଞ୍ଚାୟତ ଜନ ପ୍ରତିନିଧି ପରିଷଦ ତରଫରୁ ଉପଜିଲ୍ଲାପାଳ ଙ୍କ ଦାବିପତ୍ର ପ୍ରଦାନ l

ବାଲିଗୁଡା,୮l୧୧(ଷ୍ଟାର ନିୟୁଜ ଓଡିଶା ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଧୀନରେ ୧୪ ଗୋଟି ପଞ୍ଚାୟତ ରହିଅଛି। ଏହି ପଞ୍ଚାୟତ ଗୁଡିକର ବିଭିନ୍ନ *ପ୍ରକଳ୍ପର* ତତ୍ପାବଦାନ କରିବାନିମନ୍ତେ ପ୍ରାୟ ଛଅ ଜଣ କନିଷ୍ଟ ଯନ୍ତ୍ରୀ ରହିବା ସ୍ଥଳେ ମାତ୍ର ତିନିଜଣ କନିଷ୍ଟ ଯନ୍ତ୍ରୀ ରହି କାର୍ଯ୍ୟ କରୁଛନ୍ତି। ସେଥି ମଧ୍ୟରୁ ଆଉ ଜଣଙ୍କ କନିଷ୍ଟ ଯନ୍ତ୍ରୀଙ୍କର ବଦଳି ହେଇଅଛି.ଜାହାରୀ ଫଳରେ GPDP ର ପ୍ରକଳ୍ପ BGBO ର ପ୍ରକଳ୍ପ ସତନ୍ତ୍ର ଯୋଜନାରୁ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର Layout, Measurement ବିଲ ଭାଉଚର ରେକର୍ଡ ପ୍ରସ୍ତୁତ ଏବଂ ପଞ୍ଚାୟତର ଆବଶ୍ୟକ ଜରୁରୀ ଉନ୍ନୟନ ପ୍ରକଳ୍ପର Estimate ହୋଇ ପାରୁନାହିଁ। ଏହି ସମସ୍ୟା ପାଇଁ ଗତ ସମୟରେ ମଞ୍ଜୁର ହୋଇଥିବା କାର୍ଯ୍ୟର ଅର୍ଥ ରାଶି ଫେରି ଯାଇଅଛି। ଏବଂ ପଞ୍ଚାୟତରେ ଅନେକ ଅର୍ଥ ପେଣ୍ଡିଙ୍ଗ ହୋଇ ରହୁଅଛି। ବିଭିନ୍ନ ଛୋଟ ବଡ ପ୍ରକଳ୍ପ କାମ କରୁଥିବା ଠିକାଦାର ମାନେ ମଧ୍ୟ ତାଙ୍କ କାମର ବିଲ ବିଳମ୍ବ ହେଉଥିବା ହେତୁ ଅନେକ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ସେ ନେଇ ଆଜି ବାଲିଗୁଡା ବ୍ଲକ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ପରିଷଦ ତରପରୁ ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି।ଯଦି ଆଗାମୀ ଦିନରେ ଦାବି ପୂରଣ ନହେଲେ ବ୍ଲକ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ବାଲିଗୁଡା ପଞ୍ଚାୟତ ଜନପ୍ରତିନିଧି ପରିଷଦ ଉପଦେଷ୍ଟା ରଘୁନାଥ ମଲିକ ଓ ସମ୍ପାଦକ ଅଶୋକ ମଲିକ।ଏହି ଦାବି ପତ୍ର ପ୍ରଦାନ ସମୟରେ ପଞ୍ଚାୟତ ଜନପ୍ରତିନିଧିର ଉପ ସଭାପତି ପରମାନନ୍ଦ ନାୟକ, ସମ୍ପାଦକ ଅଶୋକ ମଲିକ, ଉପଦେଷ୍ଟା ରଘୁନାଥ ମଲିକ ଖୋମନଖୋଲ ସରପଞ୍ଚ ଚାନ୍ଦୁଲାଲ ମଲିକ, ବୁଦ୍ରୁକିଆ ସରପଞ୍ଚ ଅନୁସୟା ପ୍ରଧାନ, ଋତୁଙ୍ଗିଆ ସରପଞ୍ଚ ପିଙ୍କି ପ୍ରଧାନ, ସାଲାଗୁଡା ସରପଞ୍ଚ ସରିତା ମଲିକ, ବାରଖମା ସରପଞ୍ଚ କୁମୁଦିନୀ ମଲିକ ଉପସ୍ଥିତ ରହିଥିଲେ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ସତନ୍ତ୍ର ପ୍ରତିନିଧି ସଲମନ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User