ବିକାଶ ଆବାସିକ ବିଦ୍ୟାଳୟରେ ଭବ୍ୟ ଇନଭେଷ୍ଟିଚର୍ ସେରିମନି, ନବନିର୍ବାଚିତ ଛାତ୍ର ନେତୃତ୍ୱଙ୍କୁ ଦାୟିତ୍ୱ ପ୍ରଦାନ
ଭବାନୀପାଟଣା,ତା. ୩l୭(ଷ୍ଟାର ନ୍ୟୁଜ୍ ଓଡ଼ିଶା): ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱଗୁଣ, ଦାୟିତ୍ୱବୋଧ ଓ ଶୃଙ୍ଖଳାର ବିକାଶ ଲକ୍ଷ୍ୟରେ ବିକାଶ ଆବାସିକ ବିଦ୍ୟାଳୟରେ ଭବ୍ୟ ଭାବେ ଇନଭେଷ୍ଟିଚର୍ ସେରିମନି–୨୦୨୬ ଆୟୋଜିତ ହୋଇଯାଇଛି। "ଆଜିର ଛାତ୍ର ଆସନ୍ତାକାଲିର ଦାୟିତ୍ୱବାନ ନାଗରିକ" ବାର୍ତ୍ତାକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବନିର୍ବାଚିତ ଛାତ୍ର ନେତୃତ୍ୱଙ୍କୁ ଔପଚାରିକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଡି. ଶ୍ୟାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ନିର୍ଦ୍ଦେଶକ ଡି. ରାମ କୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡି. ବିଜୟା ଓ ଡି. ପଦ୍ମିନୀ, ଅଧ୍ୟକ୍ଷ ତଥା ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ବିଦ୍ୟାଳୟର ଅଧ୍ୟକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରସନ୍ନଜିତ୍ ଦତ୍ତ ଏବଂ ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ଉପସ୍ଥିତ ଥିଲେ।
ବିଦ୍ୟାଳୟରେ ସ୍ୱଚ୍ଛ ଓ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ହେଡ୍ ବୟ, ହେଡ୍ ଗାର୍ଲ ସମେତ ବିଭିନ୍ନ କ୍ଲବ୍ ଓ ବିଭାଗ ପାଇଁ କ୍ୟାପଟେନ୍ ଏବଂ ଭାଇସ୍ କ୍ୟାପଟେନ୍ ଚୟନ କରାଯାଇଥିଲା। ପରେ ଅତିଥିମାନେ ନବନିର୍ବାଚିତ ଛାତ୍ର ନେତୃବର୍ଗଙ୍କୁ ବ୍ୟାଜ୍ ପରିଧାନ କରାଇବା ସହ ଦାୟିତ୍ୱ ପ୍ରଦାନ କରି ସେମାନଙ୍କୁ ସତତା, ନିଷ୍ଠା ଓ ସେବାଭାବ ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ଉପାଧ୍ୟକ୍ଷ ପ୍ରସନ୍ନଜିତ୍ ଦତ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କ୍ରୀଡ଼ା ଶିକ୍ଷକ ମନୋଜ ବିଶ୍ୱାଳ ନବନିର୍ବାଚିତ ଛାତ୍ର ନେତୃବର୍ଗଙ୍କୁ ଶପଥ ପାଠ କରାଇଥିଲେ। ଶେଷରେ ଶିକ୍ଷକ ହୃଦୟାନନ୍ଦ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମାରୋହକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସକ୍ରିୟ ସହଯୋଗ ରହିଥିଲା।
ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ଷ୍ଟାର ନ୍ୟୁଜ୍ ଓଡ଼ିଶା।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)