ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ପ୍ରସୂତି ବୈଠକ।

Jun 11, 2025 - 08:32
0 125

ଝରିଗାଁ,୧୧l୬(ଷ୍ଟାର ନିୟୁଜ ଓଡିଶା ):ଝରିଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଆଜ ଝରିଗାଁ ବ୍ଲକ ସଭାଗୃହ ଠାରେ ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଝରିଗାଁ ଜନଜାତି ସୁରକ୍ଷା ମଞ୍ଚ ସଭାପତି ଘନ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଆଗାମୀ ଅଗଷ୍ଟ ମାସ ୯ ତାରିଖ ଦିନ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିଶ୍ଵ ଆଦିବାସୀ ଦିବସ ଝରିଗାଁ ବ୍ଲକରେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।କିଭଳି ଭାବେ ଆଡମ୍ବର ସହକାରେ ପାଳନ ହେବ ସେନେଇ କାର୍ଯ୍ୟ ଖସଡ଼ା ପ୍ରସୁତ କରିବା ସହ ଜନଜାତି ସୁରକ୍ଷା ମଞ୍ଚର ସଦସ୍ୟ ମାନଙ୍କୁ ବିଭିନ୍ନ ଦାଇତ୍ୱ ପ୍ରଦାନ କରାଯାଇଥିଲା।ସେହିପରି ଝରିଗାଁ ବ୍ଲକରେ ନୂତନ ଭାବେ ବ୍ଲକ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ନେଇ ଆଲୋଚନା ହେବା ସହ ସ୍ଥାନ ନିରୂପଣ ପାଇଁ ନିଷ୍ପତ୍ତି ହୋଇଥିଲା।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଯମୁନା ଗଣ୍ଡ,ତ୍ରିମିଳା ପୂଜରୀ,ଜନଜାତି ସୁରକ୍ଷା ମଞ୍ଚ ଉପ ସଭାପତି ରବି ଜାନୀ,କଷାଧକ୍ଷ ଦିବାକର ହଲବା, ଝରିଗାଁ ବ୍ଲକ ସରପଞ୍ଚ ସଭାପତି ମୋହନ ନାୟକ,ଶୁକଚନ୍ଦ ମାଝୀ, ଧର୍ମୁ ମାଝୀ, ପଦମନ ସାନ୍ତା,ସାହେବ ସାନ୍ତା,ଚନ୍ଦ୍ର ପୂଜରୀ,ସଦାନନ୍ଦ ଭତ୍ରା,ଜୟନ୍ତୀ ଧରୁଆ, ସୁକାଳୁ ଗଣ୍ଡ,ଖଗପତି ଭତ୍ରା,ମହେଶ୍ୱର ଭତ୍ରା,ଅଭିମନ୍ୟୁ ମାଝୀ ପ୍ରମୁଖ ସହ ବହୁ ସମିତି ସଭ୍ୟ ସଭ୍ୟା ସରପଞ୍ଚ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User