ବେଳଗାଁ ମହିମା ଆଶ୍ରମରେ ବକଳଧାରୀ ମହିମା ସମାଜର ନୁଆଁଖାଇ ପର୍ବ ପାଳିତ ।

Aug 08, 2025 - 16:45
0 95
ବେଳଗାଁ ମହିମା ଆଶ୍ରମରେ ବକଳଧାରୀ ମହିମା ସମାଜର ନୁଆଁଖାଇ ପର୍ବ ପାଳିତ ।

ଝରିଗାଁ,୮l୮ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବେଳଗାଁ ପଂଚାୟତ ସଦର ମହକୁମା ସ୍ଥିତ ମହିମା ଆଶ୍ରମ ଠାରେ ବ୍ରହ୍ମ ଅବଧୂତ ରାମଚନ୍ଦ୍ର ବାବାଙ୍କ ତତ୍ୱାବଧାନରେ ନୁଆଁଖାଇ ପର୍ବ ପାଳିତ ହୋଇଯାଇଛି |ଏଥିରେ ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ବକଳଧାରୀ ମହିମା ସମାଜର ଭକ୍ତମାନେ ସପରିବାର ଯୋଗଦେଇ ନବାନ୍ନ ଭକ୍ଷଣ କରିଥିବା ଦେଖିବାକୁ ମିଳିଛି |ଶ୍ରାବଣ ମାସ ଶୁକ୍ଳପକ୍ଷର ତ୍ରୟୋଦଶୀ ତିଥିରେ ମହିମା ଆଶ୍ରମରେ ଅଖଣ୍ଡ ବ୍ରହ୍ମଧୂନି ଓ ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯିବା ସହିତ ଭକ୍ତଗଣ ଅହୋରାତ୍ର ଉଜାଗର ରହି ମହିମା ନାମ ସଂକୀର୍ତନ କରିଥିଲେ |ପୁଣି ଚତୁର୍ଦଶୀ ତିଥିର ଭୋର ସକାଳୁ ମହିମା ଗୋସ୍ୱାମୀଙ୍କୁ ପଞ୍ଚାମୃତ ପଣା ଓ ନବାନ୍ନ ଅର୍ପଣ କରି ସାରିବା ପରେ ରାମଚନ୍ଦ୍ର ବାବା ଭକ୍ତ ମାନଙ୍କୁ ନବାନ୍ନ ବାଣ୍ଟିଥିଲେ |ବ୍ରହ୍ମଲୀନ କୈଳାଶ ଚନ୍ଦ୍ର ବାବାଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିବା ଝରିଗାଁ ମଣ୍ଡଳୀର ସମସ୍ତ ଭକ୍ତମାନେ ମଧ୍ୟ ଏହି ନୁଆଁଖାଇ ଉତ୍ସବରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା |ଏହି ପର୍ବରେ ଉପସ୍ଥିତ ଅନ୍ୟ ସାଧୁସନ୍ଥ ଓ ଭକ୍ତ ବୈରାଗୀ ମାନଙ୍କ ମଧ୍ୟରେ ସାଧୁ ଧନୁର୍ଜୟ ଦାଶ, ସାଧୁ ଯଦୁମଣି ଦାଶ, ସାଧୁ ଗୋବର୍ଧନ ଦାଶ, ଲଖିନାଥ ବୈରାଗୀ, ପ୍ରଶାନ୍ତ ଚରଣ ବୈରାଗୀ, ଭିକାରି ଚରଣ ବୈରାଗୀ, ଅଭିମନ୍ୟୁ ଭକ୍ତ, ଗଜେନ୍ଦ୍ର ଭକ୍ତ, ଧନୁର୍ଜୟ ବଡଭାଇ, ଭକତ ଟହଲିଆ, ସଭାପତି ସନଧର ଭକ୍ତ, ଅଧିକାରୀ ମନହର ଭକ୍ତ, ସେକ୍ରେଟାରୀ ଧରମ ଭକ୍ତ, ଟହଲିଆ ଘାସିରାମ ଭକ୍ତ, ଉପ ସମ୍ପାଦକ ଲଖି ଭକ୍ତ, ଓ ଅନ୍ୟାନ୍ୟ ଭକ୍ତବୃନ୍ଦ ଉପସ୍ଥିତ ରହି ବ୍ରହ୍ମ ଅବଧୂତ ରାମଚନ୍ଦ୍ର ବାବାଙ୍କୁ ସହଯୋଗ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User