ମୁମ୍ବାଇରେ INNOVATE COMPUTER EDUCATIONକୁ ‘India’s Best 100 Institute Award 2026’ କଳାହାଣ୍ଡିର କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନକୁ ଜାତୀୟ ସ୍ତରରେ ସ୍ୱୀକୃତି

Oct 02, 2026 - 07:09
0 11
ମୁମ୍ବାଇରେ INNOVATE COMPUTER EDUCATIONକୁ ‘India’s Best 100 Institute Award 2026’ କଳାହାଣ୍ଡିର କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନକୁ ଜାତୀୟ ସ୍ତରରେ ସ୍ୱୀକୃତି

ଭବାନୀପାଟଣା,୦୧/୧୦( ଷ୍ଟାରନିୟୁଜ ଓଡିଶା ):
କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଶିକ୍ଷାଦାନ, ଛାତ୍ର ଛାତ୍ରୀ ଙ୍କ ଦକ୍ଷତା ବିକାଶ ଏବଂ ଆଧୁନିକ ପ୍ରଯୁକ୍ତିଭିତ୍ତିକ ଶିକ୍ଷା ପ୍ରସାରରେ ଅବଦାନ ପାଇଁ ଭବାନୀପାଟଣାର INNOVATE COMPUTER EDUCATION (I.C.E. Institute) ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ମୁମ୍ବାଇରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଅନୁଷ୍ଠାନକୁ ‘India’s Best 100 Institute Award 2026’ ପ୍ରଦାନ କରାଯାଇଛି।
ସେପ୍ଟେମ୍ବର ୨୭ ତାରିଖରେ ମୁମ୍ବାଇରେ ଆୟୋଜିତ ସମ୍ମାନ ସମାରୋହରେ ପ୍ରସିଦ୍ଧ ମୋଟିଭେସନାଲ୍ ସ୍ପିକର ସୋନୁ ଶର୍ମାଙ୍କ ହସ୍ତରୁ INNOVATE COMPUTER EDUCATIONର ନିର୍ଦ୍ଦେଶକ ତରୁଣ କୁମାର ମହାରଣା ପୁରସ୍କାର ଗ୍ରହଣ କରିଥିଲେ।
କଳାହାଣ୍ଡି ଭଳି ଏକ ଅଞ୍ଚଳରୁ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଏହି ଜାତୀୟ ସ୍ୱୀକୃତି ଅନୁଷ୍ଠାନ ପାଇଁ ଏକ ଉଲ୍ଲେଖନୀୟ ସଫଳତା ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ସମ୍ମାନ ମାଧ୍ୟମରେ ଭବାନୀପାଟଣାର ଶିକ୍ଷା ଓ ପ୍ରଯୁକ୍ତି କ୍ଷେତ୍ରର ପରିଚୟ ଜାତୀୟ ସ୍ତରରେ ପହଞ୍ଚିଥିବା ନେଇ ମଧ୍ୟ ଅନୁଷ୍ଠାନ ପକ୍ଷରୁ ମତ ପ୍ରକାଶ ପାଇଛି।
INNOVATE COMPUTER EDUCATION ଦୀର୍ଘଦିନ ଧରି ଛାତ୍ରଛାତ୍ରୀ, ଯୁବପିଢ଼ି ଓ ଚାକିରି ଆଶାୟୀଙ୍କୁ ଆଧୁନିକ କମ୍ପ୍ୟୁଟର ଶିକ୍ଷା ସହିତ ଡିଜିଟାଲ୍ ଦକ୍ଷତା ପ୍ରଦାନ କରିଆସୁଛି। DCA, ADCA, PGDCA, OS-CIT ସମେତ ବିଭିନ୍ନ କମ୍ପ୍ୟୁଟର କୋର୍ସ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ପ୍ରଯୁକ୍ତି କ୍ଷେତ୍ରରେ ଦକ୍ଷ କରିବା ଦିଗରେ ଅନୁଷ୍ଠାନ କାର୍ଯ୍ୟ କରୁଥିବା କୁହାଯାଇଛି।
ଏହି ସଫଳତାକୁ ନେଇ ଅନୁଷ୍ଠାନର ନିର୍ଦ୍ଦେଶକ ତରୁଣ କୁମାର ମହାରଣା କହିଛନ୍ତି ଯେ, ଏହି ସମ୍ମାନ କେବଳ ଅନୁଷ୍ଠାନର ନୁହେଁ, ବରଂ I.C.E. ପରିବାର ସହ ଜଡ଼ିତ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକମାନଙ୍କ ନିରନ୍ତର ସହଯୋଗ ଓ ବିଶ୍ୱାସର ସ୍ୱୀକୃତି। ଆଗାମୀ ଦିନରେ ଆହୁରି ଗୁଣାତ୍ମକ ଓ ପ୍ରଯୁକ୍ତିଭିତ୍ତିକ ଶିକ୍ଷା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଅନୁଷ୍ଠାନ କାର୍ଯ୍ୟ ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି।
ମୁମ୍ବାଇରୁ ଏହି ଜାତୀୟ ସମ୍ମାନ ହାସଲ ପରେ ଭବାନୀପାଟଣା ଓ କଳାହାଣ୍ଡି ଅଞ୍ଚଳର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାପ୍ରେମୀ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ସଫଳତା ଅନୁଷ୍ଠାନକୁ ଡିଜିଟାଲ୍ ଶିକ୍ଷାର ପ୍ରସାର ଓ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଦିଗରେ ଆହୁରି ନୂତନ ପଦକ୍ଷେପ ନେବାକୁ ପ୍ରେରଣା ଦେବ ବୋଲି ଆଶା ପ୍ରକାଶ କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User