ରାଇସ ମିଲ ରେ ନିଆଁ ଲାଗି ଲକ୍ଷାଧିକ ମୂଲ୍ୟ ର ଅଖା ବସ୍ତା ନଷ୍ଟ, ନିଆଁ କୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ।

Mar 24, 2026 - 09:49
0 11
ରାଇସ ମିଲ ରେ ନିଆଁ ଲାଗି ଲକ୍ଷାଧିକ ମୂଲ୍ୟ ର ଅଖା ବସ୍ତା ନଷ୍ଟ, ନିଆଁ କୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ।

କୋକସରା ବ୍ଲକ ୨୪/୦୩( ଷ୍ଟାର ନିୟୁଜ ଓଡିଶା )ବଙ୍ଗୋମୁଣ୍ଡା ସ୍ଥିତ ଜେ.କେ ଫୁଡ଼ ରାଇସ ମିଲ ରେ ସୋମବାର ମଧ୍ୟାହ୍ନ ରେ ନିକଟସ୍ଥ ଚାଷଜମି ରେ ଲାଗିଥିବା ନିଆଁ ରୁ ପବନ ରେ ନିଆଁ ହୁଲା ଉଡି ଗୋଦାମ ରେ ଥିବା ଅଖା ବସ୍ତା ରେ ପଡିଥିବା ବେଳେ ଘଟଣା ର କିଛି ଘଣ୍ଟା ପରେ ଗୋଦାମ ରୁ ଧୂଆଁ ହେବା ଦେଖି ସୁରକ୍ଷା ରେ ଥିବା କର୍ମଚାରୀ ମାନେ ଗୋଦାମ ଗୃହ ଖୋଲିବା ପରେ ଗୋଦାମ ରେ ଥିବା ପାଖାପାଖି ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ରେ ନିଆଁ ଲାଗିଥିବା ଦେଖି ମିଲ ମାଲିକ ପ୍ରଶାନ୍ତ କୁମାର ସାହୁ ଙ୍କୁ ସୂଚନା ଦେଇଥିଲେ। ପରେ ମିଲ ମାଲିକ କୋକସରା ଅଗ୍ନିଶମ ବିଭାଗ କୁ ସୂଚନା ଦେବାପରେ ଅଗ୍ନିଶମ ବିଭାଗ ଅଧିକାରୀ ସୁନୀଲ ରଞ୍ଜନ ବାର୍ଳା ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମିଲ ରେ ପହଞ୍ଚି ଗୋଦାମ ରେ ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲେ। ତେବେ ଏହି ସମୟ ମଧ୍ୟରେ ଗୋଦାମ ରେ ଥିବା ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ନିଆଁ ରେ ପୋଡି ପାଉଁଶ ହୋଇ ଯାଇଥିଲା। ତେବେ ଏହି ଅଘଟଣ ରୁ ମିଲ ର ଅନ୍ୟ କୌଣସି ଗୋଦାମ କୁ ନିଆଁ ବ୍ୟାପି ନଥିବା ବେଳେ ଏକ ବଡ଼ ଦୁର୍ଘଟଣା କୁ ଏଡାଇ ଦିଆଯାଇଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User