ଲୋପ ପାଇବାକୁ ବସିଲାଣି ଆଦିବାସୀ ପର୍ବ ପୁଷ ପୁନେଇ ।

Jan 04, 2026 - 10:11
0 68
ଲୋପ ପାଇବାକୁ ବସିଲାଣି ଆଦିବାସୀ ପର୍ବ ପୁଷ ପୁନେଇ ।

ଝରିଗାଁ,୪l୧(ଷ୍ଟାର ନିୟୁଜ ଓଡିଶା):ଝରିଗାଁ ବ୍ଳକରେ ବସବାସ କରୁଥିବା ଆଦିବାସୀଙ୍କ ଦ୍ୱାରା ପାଳନ କରାଯାଉଥିବା ଭିବିନ୍ନ ପର୍ବ ପର୍ବାଣୀ ମଧ୍ୟରୁ ପୁଷ ପୁନେଇ ପର୍ବ ଅନ୍ୟତମ।ସ୍ଥାନୀୟ ଆଦିବାସୀ ମାନେ ଚାଷ କରି ଶସ୍ୟ ଅମଳ ପରେ ପୌଷ ମାସର ଶେଷ ଦିନରେ ଚନ୍ଦ୍ର ପୂଜା କରିଥାନ୍ତି।ଏହି ଅବସରରେ ପୌଷ ମାସ ତମାମ ଆଦିବାସୀ ସମ୍ପ୍ରଦାୟର ଛୋଟରୁ ବଡ଼ ସମସ୍ତେ ମିଶି ଘର ଘର ବୁଲି ଛେରଛେରା ଡାକ ପକାନ୍ତି।ଲୋକେ ସେମାନଙ୍କୁ ଶ୍ରଦ୍ଧାର ସହିତ ଚାଉଳ, ଧାନ, ବିରି, କୋଳଥ, କାନ୍ଦୁଲ, ଚୁଡା, ମୁଡି ଏବଂ ଟଙ୍କାପଇସା ପ୍ରଦାନ କରିଥାନ୍ତି।ସେହିପରି ପୁରୁଷ ମାନେ ଘୁମୁରା ନାଚ,ପାରମ୍ପାରିକ ବାଦ୍ୟର ତାଳେତାଳେ ନାଚଗୀତ କରି ଟଙ୍କା ଓ ଚାଉଳ ଆଦାୟ କରୁଥିଲେ।ମାସ ତମାମ ଘର ଘର ବୁଲି ଆଦାୟ କରାଯାଇଥିବା ଟଙ୍କାରେ ମାସ ଶେଷରେ ଭୋଜିଭାତ କରି ପୌଷ ପୁନେଇ ବହୁ ଆଡମ୍ବର ସହକାରେ ଆଦିବାସୀ ମାନେ ପାଳନ କରୁଥିଲେ।କିନ୍ତୁ ବର୍ତ୍ତମାନ ଆଉ ଏହି ଛେରଛେରା ଡାକ ପ୍ରାୟ ଶୁଭୁନାହିଁ।ଅଳ୍ପ କିଛି ଗ୍ରାମରେ ଏହି ଡାକ ଶୁଣିବାକୁ ମିଳୁଛି ସତ କିନ୍ତୁ ପୂର୍ବ ଭଳି ପୌଷ ପୁନେଇ ଆଡମ୍ବର ସହକାରେ ପାଳନ ହେଉନାହିଁ।ପୌଷ ପୂର୍ଣ୍ଣିମା ଦିନ ଏବଂ ଏହାର କିଛି ଦିନ ପୂର୍ବରୁ ସାନ ପିଲାମାନେ ଛେରଛେରା ଡାକ ପକାଇ ଘର ଘର ଦୋକାନ ଦୋକାନ ବୁଲି ଟଙ୍କା ଓ ଚାଉଳ ଆଦାୟ କରୁଥିବା ଦେଖିବାକୁ ମିଳିଛି।ଧୀରେ ଧୀରେ ଆଦିବାସୀଙ୍କ ପୌଷ ପୁନେଇ ପର୍ବ ସହିତ ଅନ୍ୟ କିଛି ପର୍ବ ମଧ୍ୟ ଲୋପ ପାଇବାକୁ ବସିଥିବା ବେଳେ ଏହାକୁ କିଭଳି ବଜାୟ ରଖାଯିବ ସେନେଇ ଉଦ୍ୟମ କରିବା ଉଚିତ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User