ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ।

Nov 22, 2025 - 19:14
0 79
ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ।

ଝରିଗାଁ,୨୨l୧୧(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି।ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଝରିଗାଁ ବିଡ଼ିଓ ମଧୁସୂଦନ ମାଝୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ସ୍ମୃତି ଚାରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଝରିଗାଁ ବ୍ଲକ ସମ୍ବାଦ ପ୍ରତିନିଧି ରମେଶ ପଟ୍ଟନାୟକ ସହ ବ୍ଲକ କର୍ମଚାରୀ ଟିଟୁ ବେହେରା,ରମେଶ ତାଡ଼ଙ୍ଗୀ,ସୁଶାନ୍ତ ସାହୁ,ପ୍ରବୀଣ ସାହୁ,ନବ କିଶର ଦାସ,ଚୈତନ୍ୟ ନାୟକ ପ୍ରମୁଖ ସହ ଅନ୍ୟମାନେ ଉପସ୍ଥିତ ଥିଲେ।ସହିଦ ଶ୍ରୀ ନାୟକ ୧୮୯୯ ମସିହା ନଭେମ୍ବର ମାସ ୨୨ ତାରିଖ ଦିନ ମାଲକାନଗିରି ଜିଲ୍ଲାର ତେନ୍ତୁଳୀଗୁମ୍ମା ଗ୍ରାମର ଜଣେ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଇଂରେଜ ମାନଙ୍କ ନିଦ ହଜେଇ ଦେଇଥିଲେ।ସ୍ୱାଧୀନତା ସଂଗ୍ରାମ ଚାଲିଥିବା ମଧ୍ୟରେ ୧୯୪୩ ମସିହା ମାର୍ଚ୍ଚ ୨୨ ତାରିଖ ଦିନ ବ୍ରହ୍ମପୁର ଜେଲରେ ସେ ଦେଶ ପାଇଁ ଫାସୀ ହୋଇଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User