କଳାହାଣ୍ଡି ରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫, ପାଳନ

Nov 22, 2025 - 19:11
0 14
କଳାହାଣ୍ଡି ରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫, ପାଳନ

କଳାହାଣ୍ଡି ଜିଲ୍ଲା ତା. ୨୧. ୧୧. ( ଷ୍ଟାର ନିୟୁଜ ଓଡିଶା ) ସ୍ଥାନୀୟ ଏସ୍. ଏନ୍ କଲ୍ୟାଣ ମଣ୍ଡପ ପରିସର ରେ  ଜିଲ୍ଲା ସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫.  ମହା ସମାରୋହରେ ପାଳିତ ହୋଇଯାଇଛି। ୫୦ ରୁ  ଉର୍ଦ୍ଧ୍ବ ମତ୍ସ୍ୟ ଚାଷୀ  ତଥା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ମାଁ ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି  ତନ୍ମୟ କୁମାର ଦରୱ।ନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ, କଳାହାଣ୍ଡି,  ଜ୍ଞାନ ରଞ୍ଜନ ସେଠୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ , ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ,ପ୍ରମୋଦ ବେହେରା, ଉପ ନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ଡଃ ବିଜୟ କୁମାର ସେନାପତି, ପ୍ରକଳ୍ପ ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ବିଭାଗ, ପ୍ରଭାକର ନାୟକ, ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜର, ରିଲାଏନ୍ସ ଫାଉଣ୍ଡେସନ ଦେବେନ୍ଦ୍ର ପଟେଲ,  ଷ୍ଟେଟ୍ ଥିମାଟିକ୍ ଲିଡ୍ ସୁଶୀଲ୍ ବେହେରା, ପ୍ରୋଜେକ୍ଟ ଡାଇରେକ୍ଟର, କର୍ତ୍ତବ୍ୟ ତଥା ଅନ୍ୟ ଅତିଥି ବୃନ୍ଦ ଯୋଗ ଦେଇଥିଲେ । ଏହି ଅବସରରେ ସଫଳ ମତ୍ସ୍ୟଚାଷୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । କଳାହାଣ୍ଡି ଜିଲ୍ଲାର ମତ୍ସ୍ୟ ବିକାଶ କ୍ଷେତ୍ରରେ କାର୍ଯ୍ୟଧାରା ଉପରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଜର ଅଭିଭାଷଣ ରଖିଥିଲେ।  ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିଭାଗୀୟ ପଦାଧିକାରୀ ମାନେ ସୂଚନା ଦେଇଥିଲେ କରିଥିଲେ।  ଏହା ସହିତ ମତ୍ସ୍ୟ ସମ୍ପଦର ସୁରକ୍ଷା, ଜଳ ସମ୍ପଦ ର ଦାୟିତ୍ଵପୂର୍ଣ୍ଣ ପରିଚାଳନା ଦିଗ, ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ସହ ତୃଣମୂଳ ସ୍ତରରେ ଗ୍ରାମୀଣ ଅର୍ଥ ନୀତି ର ବିକାଶ ପାଈଁ ପ୍ରାଣୀ ପାଳନ କୁକୁଡ଼ା ପାଳନ ମତ୍ସ୍ୟ ଚାଷ କିପରି ସହାୟକ ହେଇପାରିବ ସେ ସମ୍ପର୍କରେ ବିଶେଷଭାବେ ଅତିଥିମାନେ ମତ୍ସ୍ୟ ଚାଷୀଙ୍କର ଦୃଷ୍ଟିଆକର୍ଷଣ କରଥିଲେ । ମତ୍ସ୍ୟ ଚାଷ ମାଧ୍ୟମରେ ସ୍ବାବଲମ୍ବୀ ଚାଷୀ ତଥା ଉଦ୍ୟୋଗୀ ସ୍ରୁଷ୍ଟି କରିବା ଏବଂ ପ୍ରାଣୀ ସମ୍ପଦ କୁ ନିରୋଗ ଏବଂ ନିରାମୟ ରଖିବା ସହ କଳାହାଣ୍ଡି ଜ଼ିଲ୍ଲା କିପରି ମାଛ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇପାରିବ ସେ ବିଷୟରେ ମୁଖ୍ୟ ଅତିଥି ଅତିରିକ୍ତ ଜ଼ିଲ୍ଲାପାଳ ନିଜର ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରିବାରେ  ମତ୍ସ୍ୟ  ବିଭାଗ ର ସମସ୍ତ କର୍ମଚାରୀ ସହାୟତା କରିଥିଲେ।

କଳାହାଣ୍ଡି ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User