ସେବା ସଂକଳ୍ପ ଅଭିଯାନରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ବିତର୍କ ଓ ଚିତ୍ରାଙ୍କନରେ ୬ ଛାତ୍ରଛାତ୍ରୀ ରାଜ୍ୟସ୍ତରକୁ ମନୋନୀତ
ଭବାନୀପାଟଣା, ୨୯/୦୯ (ଷ୍ଟାରନ୍ୟୁଜ୍ ଓଡ଼ିଶା): ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅବସରରେ ଭବାନୀପାଟଣା ପୋଲିସ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି ହିମାଂଶୁ ପଣ୍ଡା ମୁଖ୍ୟ ଅତିଥି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ ମାଝୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂହ ରାଉତ ଓ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗଙ୍ଗାଧର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାର ୧୩ଟି ବ୍ଲକ୍ରୁ ମନୋନୀତ ୭୮ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ବିତର୍କର ବରିଷ୍ଠ ବିଭାଗରେ ଓଜସ୍ ଅଗ୍ରୱାଲ, ଓଏଭି ନର୍ଲା; କନିଷ୍ଠ ବିଭାଗରେ ତମନ୍ନା ପ୍ରିୟଦର୍ଶିନୀ, ସରକାରୀ ଉଚ୍ଚ ବିଦ୍ୟାଳୟ ତେରେଶିଙ୍ଗା; ସର୍ବକନିଷ୍ଠ ବିଭାଗରେ ସନାୟା ପ୍ରଧାନ, ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗା ଶ୍ରେଷ୍ଠ ହୋଇ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି।
ସେହିପରି ଚିତ୍ରାଙ୍କନରେ ବରିଷ୍ଠ ବିଭାଗରେ ବାଲି ମାଝୀ, ସରକାରୀ ଉଚ୍ଚ ବିଦ୍ୟାଳୟ ପାହାଡ଼ପଦର; କନିଷ୍ଠ ବିଭାଗରେ ବିନ୍ଧିଆ ରାଣୀ ଶବର, ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ବିଜମରା; ସର୍ବକନିଷ୍ଠ ବିଭାଗରେ ଚନ୍ଦ୍ରିକା ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝାରମୁଣ୍ଡା ରାଜ୍ୟସ୍ତର ପାଇଁ ଚୟନ ହୋଇଛନ୍ତି।
ଉଦ୍ଯାପନୀ ସମାରୋହରେ ଅଧିକାରୀମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅନୁସୂଚିତ ଜାତି-ଜନଜାତି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାସ, ବୀରେନ୍ଦ୍ର ଆଚାର୍ଯ୍ୟ ଓ ରଜନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)