ଆଙ୍ଗନ କା ଉତ୍ସବରେ ଉତ୍ସବମୁଖର କଳାହାଣ୍ଡି ୨୩୭୭ ଅଙ୍ଗନବାଡ଼ି କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ; କୃତୀଙ୍କୁ ପୁରସ୍କାର, କର୍ମୀ ଓ ଆଶାଙ୍କୁ ସମ୍ମାନ

Sep 29, 2026 - 20:40
0 2
ଆଙ୍ଗନ କା ଉତ୍ସବରେ ଉତ୍ସବମୁଖର କଳାହାଣ୍ଡି ୨୩୭୭ ଅଙ୍ଗନବାଡ଼ି କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ; କୃତୀଙ୍କୁ ପୁରସ୍କାର, କର୍ମୀ ଓ ଆଶାଙ୍କୁ ସମ୍ମାନ

ଭବାନୀପାଟଣା, ୨୯/୦୯ (ଷ୍ଟାର

ନ୍ୟୁଜ୍ ଓଡ଼ିଶା): ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ଚାଲିଥିବା ‘ଆଙ୍ଗନ କା ଉତ୍ସବ’ର ଶେଷ ଦିନରେ ସମଗ୍ର କଳାହାଣ୍ଡି ଜିଲ୍ଲା ଉତ୍ସବମୁଖର ହୋଇଉଠିଛି। ଜିଲ୍ଲାର ୧୪ଟି ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ୨୩୭୭ ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟି, ସ୍ୱାସ୍ଥ୍ୟ, ଶିଶୁ ବିକାଶ ଓ ସରକାରୀ ଯୋଜନା ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ ଓ ସମୁଦାୟଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଉତ୍ସବ ଅବସରରେ ମହିଳା ଓ ଶିଶୁଙ୍କ ପାଇଁ ରହିଥିବା ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ସେବା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା। ବିଭିନ୍ନ ଯୋଜନାରୁ ଲାଭ ପାଇଥିବା ହିତାଧିକାରୀଙ୍କ ୬୦ ସେକେଣ୍ଡର ଅନୁଭୂତିମୂଳକ ଭିଡିଓ ରେକର୍ଡ କରାଯାଇ ଯୋଜନାର ସୁଫଳ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା।
ଏଥିସହ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସେବାରେ ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ଆଶା କର୍ମୀଙ୍କ ଅବଦାନକୁ ସ୍ୱୀକୃତି ଦିଆଯାଇଥିଲା। ସେମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଫଳ ବାସ୍କେଟ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
‘ଆଙ୍ଗନ କା ଉତ୍ସବ’ର ପ୍ରଥମ ଦିନରେ ହୋଇଥିବା ପୁଷ୍ଟିକର ରେସିପି ପ୍ରସ୍ତୁତି ପ୍ରତିଯୋଗିତାରେ ସଫଳ ପୁରୁଷ ପ୍ରତିଯୋଗୀମାନଙ୍କୁ ଶେଷ ଦିନରେ ଜିଲ୍ଲାପାଳଙ୍କ ସ୍ୱାକ୍ଷରିତ ପ୍ରମାଣପତ୍ର ଓ ଫଳ ବାସ୍କେଟ୍ ପ୍ରଦାନ କରାଯାଇଥିଲା। ପରିବାରର ପୁଷ୍ଟି ଓ ଶିଶୁଙ୍କ ସୁସ୍ଥ ବିକାଶରେ ପୁରୁଷଙ୍କ ସକ୍ରିୟ ଭୂମିକା ବଢ଼ାଇବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଶେଷ ଦିନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ‘ତ୍ରିରଙ୍ଗା ପ୍ଲେଟ୍’ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ପରିବେଷଣ କରାଯାଇଥିଲା। ଭାତ, ଡାଲି, ପନିପରିବା, ଅଣ୍ଡା ଓ ସାଲାଡ୍‌ ଭଳି ବିଭିନ୍ନ ଖାଦ୍ୟ ସାମିଲ କରାଯାଇ ସନ୍ତୁଳିତ ଆହାରର ଗୁରୁତ୍ୱ ନେଇ ଶିଶୁ ଓ ଅଭିଭାବକଙ୍କୁ ସଚେତନ କରାଯାଇଥିଲା।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ ନିଶାଙ୍କ ମାର୍ଗଦର୍ଶନରେ ଏବଂ SWO ନିୟତି ବାଲା ସୋରେନ, PO ନମିତା ରାଣୀ ପଲ, PO-cum-PO ସନ୍ଧ୍ୟା ରାଣୀ ନାୟକ ଓ DC Poshan ଅଜୟ ବିହାରଙ୍କ ସମନ୍ୱୟରେ ଜିଲ୍ଲାର ସମସ୍ତ ୧୪ଟି ପ୍ରକଳ୍ପର CDPO, ଲେଡି ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶା କର୍ମୀ ଓ ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
ତିନି ଦିନିଆ ‘ଆଙ୍ଗନ କା ଉତ୍ସବ’ ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ, ଅଭିଭାବକ ଓ ସମୁଦାୟ ମଧ୍ୟରେ ସମନ୍ୱୟ ଓ ସହଭାଗିତାକୁ ମଜବୁତ କରିବା ସହ ପୁଷ୍ଟି, ସ୍ୱାସ୍ଥ୍ୟ, ପୂର୍ବ-ପ୍ରାଥମିକ ଶିକ୍ଷା ଓ ଶିଶୁଙ୍କ ସାମଗ୍ରିକ ବିକାଶ ନେଇ ସଚେତନତାର ବାର୍ତ୍ତା ପହଞ୍ଚାଇବାର ପ୍ରୟାସ କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User