ଜୋଲକୋ ବ୍ରିଜ୍ରେ ଫ୍ଲାଏ ଆଶ୍ ବ୍ୟବହାରକୁ ନେଇ ପ୍ରଶ୍ନ ଜୋଲକୋ ବ୍ରିଜ୍ ଆପ୍ରୋଚ୍ରେ ଫ୍ଲାଏ ଆଶ୍ ଫିଲିଂ: ନଦୀ ଓ ପାନୀୟଜଳ ସୁରକ୍ଷା ନେଇ ଚିନ୍ତା
କେସିଙ୍ଗା, ୪/୧୦ (ଷ୍ଟାରନିୟୁଜ ଓଡ଼ିଶା):କେସିଙ୍ଗା ନିକଟସ୍ଥ ଜୋଲକୋ ନଦୀ ବ୍ରିଜ୍ର ଆପ୍ରୋଚ୍ ରୋଡ୍ରେ ବ୍ୟାପକ ଭାବେ ଫ୍ଲାଏ ଆଶ୍ ବ୍ୟବହାରକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ନଦୀକୂଳ ନିକଟରେ ଏଭଳି ଫିଲିଂ କରାଯାଉଥିବାରୁ ବର୍ଷା ଓ ବନ୍ୟା ସମୟରେ ଫ୍ଲାଏ ଆଶ୍ର ଦୂଷିତ ଜଳ କିମ୍ବା ସିପେଜ୍ ନଦୀରେ ମିଶିବା ଆଶଙ୍କା ରହିଛି।
ବିଶେଷକରି ଜୋଲକୋ ନଦୀର ଜଳ ତଳମୁହାଁକୁ ଯାଇ ରେତ ନଦୀ ଓ ତେଲ ନଦୀ ସହ ଯୋଡ଼ିତ ହେଉଥିବାରୁ ଜଳ ପ୍ରଦୂଷଣ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ତେଲ ନଦୀ ଜଳ ଉପରେ ନିର୍ଭରଶୀଳ ଲୋକଙ୍କ ପାନୀୟଜଳ ସୁରକ୍ଷା ମଧ୍ୟ ପ୍ରଶ୍ନରେ ପଡ଼ିପାରେ।
ତେଣୁ ଫ୍ଲାଏ ଆଶ୍ ବ୍ୟବହାର ପାଇଁ ତକନିକୀ ଅନୁମୋଦନ, ଡିଜାଇନ୍, ଗୁଣବତ୍ତା ପରୀକ୍ଷା, କମ୍ପାକ୍ସନ୍ ରିପୋର୍ଟ ଓ ପରିବେଶ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଜାତୀୟ ରାଜପଥ ବିଭାଗ ସ୍ପଷ୍ଟ ତଥ୍ୟ ଦେବା ଆବଶ୍ୟକ।
ଏଥିସହ ଜୋଲକୋ ବ୍ରିଜ୍ ଆପ୍ରୋଚ୍ ରୋଡ୍ରେ ଚାଲିଥିବା ଫ୍ଲାଏ ଆଶ୍ ଫିଲିଂ କାମର ତୁରନ୍ତ ସ୍ଥଳ ଯାଞ୍ଚ କରିବା ସହ ନଦୀଜଳର ଗୁଣବତ୍ତା ପରୀକ୍ଷା କରାଯାଉ ବୋଲି ଜନସ୍ୱାର୍ଥରେ ଦାବି ହୋଇଛି। କୌଣସି ତ୍ରୁଟି କିମ୍ବା ପରିବେଶୀୟ ବିପଦ ଚିହ୍ନଟ ହେଲେ ତୁରନ୍ତ ସୁଧାରମୂଳକ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)