ଜୟପାଟଣା ଲାଖବାହାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଅବିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା I

Nov 09, 2026 - 23:29
0 18
ଜୟପାଟଣା ଲାଖବାହାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଅବିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା  I

କଳାହାଣ୍ଡି,୦୯/୧୧ (ଷ୍ଟାରନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ଅନ୍ତର୍ଗତ ଲIଖବIହାଲି ବିଦ୍ୟାଳୟରେ ଶିକ୍ଷକ ଅଭାବ ସାଙ୍ଗକୁ ମୌଳିକ ସୁବିଧାର ଅଭାବ ୧୧୫ ଜଣ ପିଲାଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ । ଏହାକୁ ନେଇ ଲାଖବାହାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀଶିକ୍ଷା ଅଧୀନରେ ଥିବା  ଲାଖବାହାଲି ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ପଞ୍ଚମ ଶ୍ରେଣୀ ଯାଏଁ ପ୍ରାୟ ୧୧୫ ଜଣ ପିଲା ପାଠ ପଢ଼ୁଛନ୍ତି । ପୂର୍ବରୁ ଦୁଇଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଥିବାବେଳେ ବର୍ତ୍ତମାନ ମାତ୍ର ଜଣେ ଶିକ୍ଷକ ଅଛନ୍ତି । ଅନ୍ୟପଟେ ଗୋଟିଏ ଶ୍ରେଣୀଗୃହରେ ପାଠପଢ଼ା ହେଉଥିବା ସହ ବାଉଣ୍ଡ୍ରି ଓ ଶୌଚାଳୟର ମଧ୍ୟ ଅଭାବ ରହିଛି ଗତ ମାସ ୨୭ ତାରିଖରେ ଅଭିଭାବକ ଓ ଏସ.ଏମ.ସି ସଦସ୍ୟମାନେ ଵି.ଇ.ଓ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଶିକ୍ଷକ ଯୋଗାଇବାକୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏଯାଏଁ ସମାଧାନ ହୋଇନାହିଁ । ତେଣୁ ଶିକ୍ଷକ ନିଯୁକ୍ତି ସହ ସମସ୍ତ ମୌଳିକ ସୁବିଧା ଯୋଗାଇବା ଦାବିରେ ଧାରଣା ଦେଇଛନ୍ତି ଅଭିଭାବକ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User