ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଟ୍ରକ,ଅଳ୍ପକେ ବର୍ତ୍ତିଲେ ଚାଳକ।

Jul 24, 2025 - 07:16
0 88
ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଟ୍ରକ,ଅଳ୍ପକେ ବର୍ତ୍ତିଲେ ଚାଳକ।

ଝରିଗାଁ,୨୪l୭(ଷ୍ଟାର ନିୟୁଜ ଓଡିଶା):  ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଏକ ଟ୍ରକ ଓଲଟି ପଡିଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।ସୂଚନା ପ୍ରକାରେ ଉମରକୋଟ ଠାରୁ ରାୟପୁର ଯାଉଥିବା ଏକ ଧାନ ବୋଝେଇ ଟ୍ରକ ଝରିଗାଁ ଦେଇ ଚନ୍ଦାହାଣ୍ଡି ଯାଉଥିବା ବେଳେ ପ୍ରାୟ ଆଜି ଦିନ ଏକ ଘଣ୍ଟା ସମୟରେ ଭାରସାମ୍ୟ ହରାଇ ଝରିଗାଁ-ଚନ୍ଦାହାଣ୍ଡି ଘାଟିର ରାସ୍ତା କଡ଼ରେ ଓଲିଟି ପଡିଥିଲା।ତେବେ ଗାଡ଼ିରେ ଜଣେ ଚାଳକ ଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇ ଥିବା ସୂଚନା ମିଳିଛି।ଖବର ପାଇ ଝରିଗାଁ ପୋଲିସ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User