ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷ ରୋପଣ।

Jul 24, 2025 - 10:07
0 93
ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷ ରୋପଣ।

ଝରିଗାଁ,୨୪l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଂଚୟତ ଅନ୍ତର୍ଗତ କଲେଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଝରିଗାଁ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଝରିଗାଁ ସମ୍ବାଦ ସାହିତ୍ୟ ଘର ସଭାପତି ବିରେନ୍ଦ୍ର କୁମାର ପାଢୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଝରିଗାଁ ସମ୍ମାନୀତ ଅତିଥି ଭାବେ ଝରିଗାଁ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକ,ଝରିଗାଁ ଉଦ୍ୟାନ ବିଭାଗ ଅଧିକାରୀ(AHO) ଲିଙ୍କନ ମେହେର,ଝରିଗାଁ ବ୍ଲକ ସାହିତ୍ୟ ଘର ସଭାପତି ବିରେନ୍ଦ୍ର କୁମାର ପାଢୀ ପ୍ରମୁଖ ଯୋଗ ଦେଇ ବୃକ୍ଷର ଉପକାରିତା ସହ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ବୃକ୍ଷ ରୋପଣକୁ ଗୁରୁତ୍ୱ ଦେଇଥିଲେ।ସେହିପରି ଜଣେ ଜଣେ ପାଞ୍ଚଟି ବୃକ୍ଷ ରୋପଣ କରିବା ସହ ତାହାର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ।ବିଦ୍ୟାଳୟ ପରିସରରେ ପର୍ଯ୍ୟାୟ କ୍ରମେ ବିଭିନ୍ନ କିସମର ଗଛ ଯଥା ଆମ୍ବ,ପିଜୁଳି,ସଜନା,ବାହାଡ଼ା,କୃଷ୍ଣଚୁଡା,ଅଁଳା,ଜାମୁକୋଳି, କଦମ୍ବ,ବେଲ ଓ ଅମୃତଭଣ୍ଡା ଭଳି ୧୫୦ଟି ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁ,ସମ୍ବାଦ ସାହିତ୍ୟ ଘର ସଦସ୍ୟ ବିପିନ୍ ବିହାରୀ ନାୟକ,ଗଙ୍ଗାଧର ପାଲ,ସୁରେନ୍ଦ୍ର ସାହୁ, ସୁଶିଲ ପ୍ରଧାନ,ଦିନବନ୍ଧୁ ନାୟକ,ବିବେକାନନ୍ଦ ବେହେରା,ଗୋକୁଳ ହରିଜନ, ଶ୍ରୀପତି ଛତ୍ରିଆ ,ଗୌରାଙ୍ଗ ପାତ୍ର ,ବିଭୁ ପ୍ରସାଦ ତ୍ରିପାଠୀ,ଗଙ୍ଗା ସେଠୀ ,ବ୍ରଜ କିଶୋର ଦଳାଇ,ପଦାରବିନ୍ଦ ମହାଳିକ,ହିତେଶ କୁମାର ପଟେଲ୍ ,ହାଡିବନ୍ଧୁ,ଅରୁଣ ମାଝୀ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।ଝରିଗାଁ ବ୍ଲକ ସମ୍ବାଦ ପ୍ରତିନିଧି ତଥା ଆମ ଓଡ଼ିଶା ସଂଯୋଜକ ରମେଶ ପଟ୍ଟନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User