ଡାବୁଗାଁ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ନୁତନ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା |

Jun 03, 2025 - 18:10
Updated: 1 year ago
0 67

ଡାବୁଗାଁ,୨l୬(ଷ୍ଟାର ନିୟୁଜ ଓଡିଶା ):  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଡାବୁଗାଁ ତହସିଲରେ ଯୋଗଦାନ କରିଥିବା ନୁତନ ତହସିଲଦାର ଗୀତା ମୁର୍ମୁ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ମଙ୍ଗଳବାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ଅବସରରେ ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘର ଉପ-ସଭାପତି ନରସିଂ ମାଝୀ, ଡାବୁଗାଁ ବ୍ଳକ ଜନଜାତି ସୁରକ୍ଷା ମଞ୍ଚର ସଭାପତି ମୋହନ ସିଂ ଗଣ୍ଡ, ଡାବୁଗାଁ ବ୍ଳକ ଭତ୍ରା ସାମାଜ ସଭାପତି ମୋହନ ନାୟକ, ଡାବୁଗାଁ ବ୍ଳକ ପରଜା ସାମାଜ ସଭାପତି ଫୁଲ ସିଂ ଜାନି, ବଞ୍ଜରା ସାମାଜ ସଭାପତି ଦୟାନିଧି ବଞ୍ଜରା, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରl, ଅଞ୍ଚଳା ସରପଞ୍ଚ ରମେଶ ଚନ୍ଦ୍ର ମାଝୀ, ମେଦେନା ର ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ, ଡାବୁଗାଁ ବ୍ଳକ ଜନଜାତି ସୁରକ୍ଷା ମଞ୍ଚ ସମ୍ପାଦକ ରାଇ ସିଂ ପୁଜାରୀ, ଜଗଦୀଶ ଭତ୍ରl, ହିରଣ୍ୟ ମାଝୀ ପ୍ରମୂଖ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଡାବୁଗାଁ ଜନଜାତି ସୁରକ୍ଷା ମଞ୍ଚ 'ଛ' ଗୋଟି ସମ୍ପ୍ରଦାୟ ର ସମସ୍ତ ପ୍ରକାର ସୁବିଧା ନିମନ୍ତେ କଥା ବାର୍ତ୍ତା କରିବା ସହ କାର୍ଯ୍ୟାଳୟ ନିମନ୍ତେ ଜାଗା ଚିହ୍ନଟ କରାଇବା ନିମନ୍ତେ ତହସିଲଦାରଙ୍କୁ ଅବଗତ କରାଇଥିଲେ l

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User