ତେଲନଦୀଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ |

Jun 06, 2025 - 06:13
0 187

ଝରିଗାଁ,୬l୬ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ତେଲନଦୀ ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଛି |ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଏହି ପୁରସ୍କାର ପାଇଁ ତିନି ଗୋଟି ବିଦ୍ୟାଳୟକୁ ମନୋନୀତ କରାଯାଇଥିବା ବେଳେ ତନ୍ମଧ୍ୟରେ ତେଲନଦୀଗାଁ ସ୍ଥିତ ସରକାରୀ ପ୍ରକଳ୍ପ ବିଦ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି |ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଦ୍ୟାଳୟକୁ ଏକ ଚିଠି କରିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ମହାନ୍ତି ଭୁବନେଶ୍ୱର ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ,ବନ ଓ ପରିବେଶ ସୁରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ପୁରସ୍କାର ଟି ଗ୍ରହଣ କରିଛନ୍ତି |ଏହି ଖବରଟି ଅଂଚଳରେ ପ୍ରସାରିତ ହେବା ପରେ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User