ଦଳପଡାର ଅପହଞ୍ଚ ଇଲାକାରେ ଫୁଲବାଣୀ ବିଧାୟକ।

May 24, 2025 - 19:54
0 428

ଖଜୁରୀପଡା ,୨୪l୫ (ଷ୍ଟାର ନିୟୁଜ ଓଡ଼ିଶା): କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଦଳପଡା ଗ୍ରାମପଞ୍ଚାୟତର ମାନଚିତ୍ରରୁ ଅପହଞ୍ଚ ଇଲାକା ଭାବେ ପରିଚୟ ପାଇଥିବା ସାକାଡି ଗ୍ରାମକୁ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲିକ ଗ୍ରସ୍ତ କରି ସେଠାରେ ବସବାସ କରୁଥିବା ପ୍ରାୟ ୧୬ ପରିବାର ଙ୍କ ସହ ଆଲୋଚନା କରିଥିଲେ । ଗ୍ରାମବାସୀ ମଧ୍ୟ ସ୍ୱାଧୀନତା ପରଠାରୁ ପ୍ରଥମଥର ଜଣେ ବିଧାୟକଙ୍କୁ ସାକାଡି ଗ୍ରାମରେ ପାଇ ଆନନ୍ଦ ପ୍ରକାଶ ସହ ଅନେକ ଅଭିଯୋଗ ଲିଖିତ ଭାବେ ପ୍ରଦାନ କରିଛନ୍ତି । ଚକାପାଦ ବ୍ଲକ ଏବଂ ଖଜୁରୀପଡା ବ୍ଲକର ସୀମାରେଖା ତଥା ଘଞ୍ଚ ଜଙ୍ଗଲ ଭିତରେ ଅନାଦିକାଳରୁ ବସବାସ କରୁଥିବା ଆଦିବାସୀଙ୍କ ଏହି ଗ୍ରାମକୁ ବିଧାୟକ ଶ୍ରୀ ମଲିକ କିଛି ରାସ୍ତା ନିଜ ଗାଡ଼ିରେ ଯାଇ ପୁଣି ମୋଟରସାଇକେଲ ଏବଂ ଶେଷରେ ଚାଲି ଚାଲି ଯାଇ ସାକାଡିରେ ପହଞ୍ଚିବା ପରେ ଗ୍ରାମବାସୀ ବିଧାୟକ ଏବଂ ଅନ୍ୟ ସମସ୍ତଙ୍କୁ ପାରମ୍ପରିକ ଭାବେ ସ୍ୱାଗତ କରିଥିଲେ । ଆୟୋଜିତ ହୋଇଥିବା ବୈଠକରେ ଗ୍ରାମବାସୀଙ୍କ ପ୍ରଥମ ଅଭିଯୋଗ ଗମନାଗମନ ପାଇଁ ସ୍ଥାୟୀ ରାସ୍ତା ନଥିବା କାରଣରୁ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଅଞ୍ଚଳର ବିକାଶ କିଭଳି ଦୟନୀୟ ହୋଇ ପଡିଛି ସେ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ । ସେହିଭଳି ବିଦ୍ୟାଳୟ, ଧାର୍ମିକ ଅନୁଷ୍ଠାନ, ପାନୀୟଜଳ ଏବଂ ବିଜୁଳି ଆଲୁଅ, ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ଭଳି ଅନେକ ସୁବିଧାରୁ ସେମାନେ ଉପଯୁକ୍ତ ସେବା ପାଇବାରେ ଅନେକ ସମସ୍ୟା ରହିଥିବା କହିଥିଲେ । ସାକାଡି ଗ୍ରାମରୁ ସରକାରୀ ଭତ୍ତା, ଚାଉଳ ପାଇଁ ଗ୍ରାମପଞ୍ଚାୟତ ଯିବାକୁ ହେଲେ ଗୁରାଣ୍ଡି ଏବଂ ଅରାପାଜୁ ଛଡ଼ାପାଜୁ ଜଙ୍ଗଲ ଭିତରେ ଦୀର୍ଘ ଆଠ କିଲୋମିଟର ଚାଲି ଚାଲି ଯିବାକୁ ପଡୁଥିବା ବେଳେ ବରିଷ୍ଠ ନାଗରିକ ମାନେ ବହୁତ ଅସୁବିଧା ଭୋଗ କରିବା ସହ ବେଳେ ବନ୍ୟଜନ୍ତୁ ଙ୍କ ସହ ମୁହାଁମୁହିଁ ହେବାକୁ ପଡୁଛି ବୋଲି ମହିଳାମାନେ ପ୍ରକାଶ କରିଥିଲେ । ସେହିଭଳି ଖଜୁରୀବ୍ଲକ ରୁ ଚକାପାଦ ହୋଇ ସାକାଡି ଗ୍ରାମକୁ ଯିବାବେଳେ ୩୦ କିଲୋମିଟର ବୁଲିକି ଗଲେ ମଧ୍ୟ ତିନୋଟି ବିରାଟ ଜଳସ୍ରୋତ ଅତିକ୍ରମ କରିବାକୁ ପଡୁଛି ଯାହା ନିଜେ ବିଧାୟକ ମଧ୍ୟ ତିନୋଟି ଜଳସ୍ରୋତରେ ଚାଲି ଚାଲି ସାକାଡି ଗ୍ରାମକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଉକ୍ତ ଗ୍ରାମବାସୀଙ୍କ ବହୁବିଧ ସମସ୍ୟାକୁ ଉପଲବ୍ଧି କରି ଦୁଃଖ ପ୍ରକାଶ କରିବା ସହ ନିଶ୍ଚିତ ସାକାଡି ଗ୍ରାମର ବିକାଶ ପାଇଁ ବିଭିନ୍ନ ବିଭାଗ ସହ ଆଲୋଚନା କରି କିଛି ପରିବର୍ତ୍ତନ କରିବାକୁ ଦୃଢ ପ୍ରତିଶୃତି ଦେଇଛନ୍ତି । ଗ୍ରାମର ବିଭିନ୍ନ ପରିବାରକୁ ମଧ୍ୟ ଗ୍ରସ୍ତ କରି ଗାଁର ପରିସ୍ଥିତି ବୁଲି ଦେଖିଥିଲେ । ବିଧାୟକ ଶ୍ରୀ ମଲିକଙ୍କ ସହ ଖଜୁରୀପଡା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତି ଉର୍ବଶୀ ଦିଗାଲ, ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ଖଜୁରୀପଡା ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର, ସାଧାରଣ ସମ୍ପାଦକ ଦଶରଥ ସାହୁ, କେଦାର ଗୌରୀ ସାହୁ, ଦେବାଶିଷ ପ୍ରିୟ ଦର୍ଶିନ ସାହୁ, ପିଙ୍କୁ ନନ୍ଦ, ସାଇବନ କହଁର, ପୂର୍ବତନ ୱାର୍ଡ ସଭ୍ୟ ବିଶ୍ୱନାଥ ଗଣ୍ଡା, ରୋହିତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ । ସୁଧାସାର କହଁର, ସୁମନ ମଲିକ, ପ୍ରଶାନ୍ତ କହଁର, ସୁଚିତ୍ରା ମଲିକ, ଅମ୍ରିତା କହଁର, ସୁମତି କହଁର, ବୀରେନ୍ଦ୍ର ଯାନୀ ଙ୍କ ସହ ଚକାପାଦ ଅଞ୍ଚଳରୁ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ

।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User