ବ୍ଲକ୍ ସ୍ତରୀୟ ଦୁର୍ନୀତି ନିବାରଣ ସଚେନତ ସହ ବୈଠକ ଅନୁଷ୍ଠିତ
ଝରିଗାଁ,୨୮l୧୦(ଷ୍ଟାର ନିୟୁଜ ଓଡିଶା ): ଦୁର୍ନୀତି ନିବାରଣ ସପ୍ତାହ- 2025 ପାଳନ ଅବସରରେ ଝରିଗାଁ ବ୍ଲକ୍ ସ୍ତରୀୟ ଦୁର୍ନୀତି ନିବାରଣ ସଚେନତା ସଭା ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଝରିଗାଁ ବ୍ଳକର କର୍ମଚାରୀ,ଓଡିଶା ଜୀବିକା ମିଶନ ତଥା ଅନ୍ୟ ବିଭାଗର କର୍ମଚାରୀ ମାନେ ଏକତ୍ରିତ ହୋଇ ଝରିଗାଁ ସଦର ମହକୁମା ପରିକ୍ରମା କରି ଜନସାଧରଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନ କରିଥିଲେ।ପରେ ଝରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଦୁର୍ନୀତି ମୁକ୍ତ ଭାରତ ଗଠନରେ ସରକାରୀ କର୍ମଚାରୀଙ୍କ ସମେତ ପ୍ରତ୍ୟେକ ନାଗରିକ ମାନଙ୍କ ପ୍ରମୁଖ ଭୂମିକା ରହିଥିବା ସମ୍ପର୍କରେ ବିଡ଼ିଓ ମତ ପ୍ରକାଶ କରିଥଲେ।ଆଗାମୀ ଦିନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ନୀତିକୁ ରୋକିବା ପାଇଁ ପ୍ରଚେଷ୍ଟା କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଜିଲାନ୍ସ ଡ଼ିଏସପି ଜୟଶ୍ରୀ ପ୍ରଧାନ ସହ ବିଜିଲାନ୍ସ କର୍ମଚାରୀ, ଝରିଗାଁ ବ୍ଳକର କର୍ମଚାରୀ ସହ ବିଭିନ୍ନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)