୮ଦଫା ଦାବି କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ସାକ୍ଷାତ କଲେ କେସିଙ୍ଗା ସିଟିଜେନ ଫୋରମ ର ସଭାପତି

Jun 25, 2025 - 10:08
0 42
୮ଦଫା ଦାବି କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ସାକ୍ଷାତ କଲେ କେସିଙ୍ଗା ସିଟିଜେନ ଫୋରମ ର ସଭାପତି

କେସିଙ୍ଗା ତା ୨୫.୬(ଷ୍ଟାରନିୟୁଜ ଓଡିଶା)କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମସ୍ୟା କୁ ନେଇ ସହର ସ୍ଥିତ ସିଟିଜେନ ଫୋରମ ର ସଭାପତି ଡ଼.ହେମ ସାଗର ସାହା ମଙ୍ଗଳବାର  ସାକ୍ଷାତ  କରି  ୮ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଏହି ସ୍ୱାସ୍ଥ୍ୟ କେନ୍ଦ୍ର  ଉପରେ  କଳାହାଣ୍ଡି, ବଲାଙ୍ଗିର ଜିଲାର ସୀମାନ୍ତ ଅଞ୍ଚଳ ର ବହୁ  ଗର୍ଭବତୀ, ପ୍ରସୂତୀ ଓ ରୋଗୀମାନେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ  ଚିକିତ୍ସା ପାଇଁ ନିର୍ଭର କରି ଥାଆନ୍ତି।କିନ୍ତୁ ଉକ୍ତ ଗୋଷ୍ଠୀ କେନ୍ଦ୍ର ରେ ଆବଶ୍ୟକତା ଅନୁସାରେ ବିଶେଷଜ୍ଞ  ଡାକ୍ତର ଠାରୁ ଟେକନି ସିଆନ ପଦବୀ ବ୍ଲଡ଼ ବ୍ୟାଙ୍କ ଭଳି  ଦୀର୍ଘ ଦିନରୁ ଖାଲି ପଡ଼ିଥିବାରୁ ରୋଗୀ ସେବାରେ ବ୍ୟାଘାତ ହେଉଛି।ଏହି   ଗୋଷ୍ଠୀ  କେନ୍ଦ୍ର ର  ବିଭିନ୍ନ ୮ଦଫା ସମସ୍ୟା  କୁ ନେଇ  ସହରସ୍ଥିତ ସିଟିଜେନ ଫୋରମ ର ସଭାପତି ଡ଼.ହେମ ସାଗର ସାହା  ଭୁବନେଶ୍ବର ଯାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଯଥା ଶୀଘ୍ର  ସମସ୍ୟା ଗୁଡ଼ିକ ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବାର ସିଟିଜେନ ଫୋରମ ର ସଭାପତି ଡ଼.ହେମ ସାଗର ସାହା ପ୍ରକାଶ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User